କାର୍ତ୍ତିକ ମାସ ପାଇଁ ହେଲା ନୀତି ନିର୍ଘଣ୍ଟ: ଶୃଙ୍ଖଳିତ ଦର୍ଶନ ଉପରେ ଗୁରୁତ୍ତ୍ୱ

ପୁରୀ: କାର୍ତ୍ତିକ ମାସ ପାଇଁ ଛତିଶାନିଯୋଗ ବୈଠକରେ ନୀତି ନିର୍ଘଣ୍ଟ ହେଲା। ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି, ଆସନ୍ତା ୧୪ରୁ ନଭେମ୍ବର ୧୫ ପର୍ଯ୍ୟନ୍ତ କାର୍ତ୍ତିକ ମାସ ପାଇଁ ନୀତିନିର୍ଘଣ୍ଟ ହୋଇଛି। ଛତିଶାନିଯୋଗ ଏ ନେଇ ଅନୁମୋଦନ କରିଛି । ଦ୍ୱାରଫିଟା ପ୍ରାତଃ ୪ଟାରୁ ହେବ। ଗତ ପରିଚାଳନା କମିଟି ବୈଠକରେ ଓବିସିସି ଦ୍ୱାରା ନାଟମଣ୍ଡପରେ ଶୃଙ୍ଖଳିତ ଦର୍ଶନ ନେଇ ହୋଇଛି ଆଲୋଚନା। ଦୁଇଟି ଉପରେ ଗୁରୁତ୍ୱ ଦିଆଯାଇଛି। ଅନ୍ୟପଟେ ଶୀତତାପ ନିୟନ୍ତ୍ରିତ ହେବ ନାଟମଣ୍ଡପ। ପୁରୁଷ ଲୋକଙ୍କ ପାଇଁ ଅଲଗା,, ମହିଳା ଓ ଶିଶୁ ମାନଙ୍କ ପାଇଁ ଅଲଗା ଲାଇନ୍,, ବୃଦ୍ଧବୃଦ୍ଧାଙ୍କ ପାଇଁ ଅଲଗା ଲାଇନ୍ ନେଇ ଛତିଶାନିଯୋଗରେ ଆଲୋଚନା। ସାତପାହାଚ ଦେଇ ପ୍ରବେଶ ଓ ଘଣ୍ଟିଦ୍ୱାର ଦେଇ ପ୍ରସ୍ଥାନ ବ୍ୟବସ୍ଥା। କାଠ ବ୍ୟାରିକେଡ୍ ହେବ। ୬ଟି ଲାଇନ୍ ରେ ପ୍ରବେଶ କରିବେ ଭକ୍ତ ଶ୍ରଦ୍ଧାଳୁ। ବାହାର କାଠରେ ସେବାୟତ ରହିବା ପ୍ରସଙ୍ଗ ପରବର୍ତ୍ତୀ ସମୟରେ ସେବକଙ୍କ ସହ ଆଲୋଚନା ହେବ। କାର୍ତ୍ତିକ ମାସ ଶେଷ ପରେ ଏହି ବ୍ୟବସ୍ଥା ଲାଗୁ ହେବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି।