ହରିୟାଣା ଓ ଜାମ୍ମୁ କାଶ୍ମୀର ନିର୍ବାଚନ ଫଳାଫଳକୁ ନେଇ ଏମିତି କହିଲେ ବିଜେପି ରାଜ୍ଯ ସଭାପତି

ଭୁବନେଶ୍ୱର: ହରିୟାଣାରେ ବଜେପି ହାଟ୍ରିକ କରିଛି। ହରିୟାଣାରେ ଲୋକଙ୍କ ସମର୍ଥନ ଅତୁଟ ରହିଛି। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ହରିୟାଣା ଲୋକ ତାଙ୍କ ସମର୍ଥନ ଜଣାଇଛନ୍ତି। ହରିୟାଣା ଭୋଟର ହରିୟାଣା ଓ ଦେଶର ବିକାଶ ପାଇଁ ସଂକଳ୍ପ ନେଇ ମତଦାନ କରିଛନ୍ତି ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି। ଓଡିଶା ପ୍ରଦେଶ ତରଫରୁ ହରିୟାଣା ଜନ ସାଧାରଣଙ୍କୁ ଅଭିନନ୍ଦନ ଓ କୃତଜ୍ଞତା ଜଣାଇଛନ୍ତି ମନମୋହନ ସାମଲ। ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା , ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଠିନ ପରିଶ୍ରମ କରି ହରିୟାଣା ଜନ ସାଧାରଣ ଙ୍କ ବିଶ୍ୱାସକୁ ଜିତି ପାରିଛନ୍ତି। କାଶ୍ମୀରରେ ବିଜେପିର ନୁହେଁ ଦେଶର ବିଜୟ ହୋଇଛି। କାଶ୍ମୀର ଭାରତର ଅଙ୍ଗ। ଯେଉଁମାନେ ଚର୍ଚ୍ଚା ଓ ଆଲୋଚନା କରୁଥିଲେ ସେମାନଙ୍କୁ ଜବାବ ମିଳିଛି। କାଶ୍ମୀର ଲୋକ ଭୋଟ ଦେଇଛନ୍ତି ଓ ଭାରତର ଗଣତନ୍ତ୍ର ଉପରେ ବିଶ୍ୱାସ କରିଛନ୍ତି ବୋଲି କଟକ ରେ ଏକ କାର୍ଯ୍ୟକ୍ରମରେ ପତିକ୍ରିୟ ରଖିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ।