thelifelinemedia
Latest Odisha News, Breaking News Today

ଗାଲୁଆ ଓ ମିଛୁଆ ହେଉଛି ବିଜେପି ସରକାର

ଭୁବନେଶ୍ୱର: ବିଜେପି ସରକାର ହେଉଛି ଗାଲୁଆ ଏବଂ ମିଛୁଆ ସରକାର । ଗାଲୁଆଙ୍କ ବାରବାଟି ଚାଷ ସଦୃଶ୍ୟ ବିଜେପି ସରକାର ମୁଖ୍ୟମନ୍ତ୍ରୀ କପି ପେଷ୍ଟ ମାଷ୍ଟର। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେଉଁ ସବୁ ଯୋଜନା କରିଥିଲେ ମୋହନ ମାଝୀ କେବଳ ସେ ସବୁ ଯୋଜନା ଉପରେ ନିଜର ନାମ ଲଗାଇ ପୋଷ୍ଟର ପରିବର୍ତନ କରୁଛନ୍ତି । ସମ୍ବଲପୁରରେ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଥିଲେ। ମାତ୍ର ଦୁଃଖର ବିଷୟ ସମଲେଶ୍ଵରୀ ପୀଠରେ ଏବେ ବ୍ୟାନର ଲାଗୁଛି ବିଜେପି ଏବଂ ମୋହନ ମାଝିଙ୍କର । ଲୋକଙ୍କୁ ଠାକିବାର ପ୍ରୟାସ କରୁଛନ୍ତି ମୋହନ ସରକାର । ସରକାର ଆସିବାର ୧୨୦ ଦିନ ବିତିଥିଲେ ହେଁ କାମ ନ କରି ବିଜେପି କେବଳ ନା ନେବାକୁ ଚେଷ୍ଟା କରୁଛନ୍ତି ବୋଲି ବିଜେଡି କହିଛି। ଦଳ ପକ୍ଷରୁ ବରିଷ୍ଠ ନେତା ରୋହିତ ପୂଜାରୀ କହିଛନ୍ତି ଯଦି ବିଜେପି କିଛି କରି, ନାଆଁ ନେବାକୁ ଚାହୁଁଛି ତେବେ ଯେଉଁ ପ୍ରତିଶ୍ରୁତି ନିର୍ବାଚନ ପୂର୍ବରୁ ଦେଇ ଥିଲା ପ୍ରଥମେ ସେ ପ୍ରତିଶ୍ରୁତି ରକ୍ଷା କରୁ। ହାଇକୋର୍ଟ ବେଞ୍ଚ କେବେ ହେବ ସ୍ପଷ୍ଟ କରି କୁହନ୍ତୁ ମୁଖ୍ୟମନ୍ତ୍ରୀ । ହୀରାକୁଦ ଡ୍ୟାମ ପାଇଁ ଯେଉଁ 850 କୋଟି ଘୋଷଣା କରିଛନ୍ତି, ତା ନକରି ପ୍ରଥମେ ହୀରାକୁଦ ଡ୍ୟାମର ସୁରକ୍ଷା କଥା ଚିନ୍ତା କରନ୍ତୁ ।

ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ସେଣ୍ଟ୍ରାଲ ୟୁନଭରସିଟି ମାନ୍ୟତା ଦିଅନ୍ତୁ ।ସରକାରକୁ ଆସିବାର ୧୨୦ ଦିନ ବିତିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସମଲେଶ୍ଵରୀଙ୍କ ଭୋଗ ପାଇବାରୁ ବଞ୍ଚିତ ଭକ୍ତ । ପ୍ରଥମେ କାମ କରୁ ବିଜେପି ସରକାର ତା ପରେ ନାଁ ନେଉ ବୋଲି ଦଳ ପକ୍ଷରୁ ବିଜେଡି ନେତା ରୋହିତ ପୂଜାରୀ କହିଛନ୍ତି।

Leave A Reply

Your email address will not be published.