thelifelinemedia
Latest Odisha News, Breaking News Today

ରାଜ୍ୟରେ କଂଗ୍ରେସ – ବିଜେଡି ମିଶିକି ଅଛନ୍ତି। ବିଜେଡ଼ିର B ଟିମ କଂଗ୍ରେସ ବୋଲି କହିଲା ବିଜେପି 

ଭୁବନେଶ୍ୱର: ରାଜ୍ୟରେ କଂଗ୍ରେସ ବିଜେଡି ମିଶିକି ଅଛନ୍ତି।ବିଧାନସଭାରେ ମିଶିକି କାମ କରୁଛନ୍ତି। ବିଜେଡି ସବୁ ବେଳେ ଡବଲ ଷ୍ଟାଣ୍ଡାର୍ଡ। ଦିଲ୍ଲୀରେ ଗୋଟେ କଥା ପଲ୍ଲୀରେ ଗୋଟେ କଥା କୁହେ ବିଜେଡି। ଦିଲ୍ଲୀ କଂଗ୍ରେସ ଦ୍ଵାରା ପରିଚାଳିତ ହେଉଛି ବିଜେଡି। ବିଜେଡି ଦ୍ଵାରା ପରିଚାଳିତ ହେଉଛି ଓଡ଼ିଶା କଂଗ୍ରେସ। ବିଜେଡି ନିଜ ସ୍ବାର୍ଥ ପାଇଁ କିଛି ବି କରିପାରେ ବୋଲି କହିଛନ୍ତି ବିଜେପି ବିଧାୟକ ଅଶ୍ୱିନୀ ଷଡଙ୍ଗୀ ।କଂଗ୍ରେସ ଓ ବିଜେଡି ଭିତରେ ଥିବା ଭିତିରିଆ ସମ୍ପର୍କ ବାବଦରେ ବିଜେପି ଏଭଳି କଥା କହିଛି। ଦଳ ପକ୍ଷରୁ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ଏମତି କିଛି କଥା କହି ଉଭୟ କଂଗ୍ରେସ ଓ ବିଜେଡିକୁ ଘେରିଛନ୍ତ।

ଅନ୍ୟପଟେ ଏସବୁ ଅଭିଯୋଗ କପୋଳ କଳ୍ପିତ। ବିଜେଡି ଆଭିମୁଖ୍ୟ କଂଗ୍ରେସ ଆଭିମୁଖ୍ୟ ଅଲଗା। ସତ୍ କୁ ସାମ୍ନା କରି ପାରୁନାହାନ୍ତି ବିଜେପି ନେତା। ସରକାର ନିଜକୁ ଶିଶୁ ବୋଲି କହୁଛନ୍ତି, ନିଜ ଦାୟିତ୍ୱ ତୁଲାଇବାରେ ବିଫଳ ହୋଇଥିବାରୁ ଏଭଳି ମିଛ କଥା କହୁଛନ୍ତି। ବିଜେଡି ବିଜେପି ପୂର୍ବରୁ ମିଶିକି ଥିଲେ, ଏବେବି ସେହି ମାନସିକତାରେ ଅଛନ୍ତି। ବିଜେଡି ଏବେବି ବିଜେପି ସହ ଅଛି। ଜାତୀୟ ସ୍ତରରେ ବିଭିନ୍ନ ଆଞ୍ଚଳିକ ଦଳ ଇଣ୍ଡି ମେଣ୍ଟ ସହ ଅଛନ୍ତି। ବିଜେଡି ମିଶିବ କି ନାହିଁ ସେ କଥା ହାଇକମାଣ୍ଡ ବିଚାର କରିବେ ବୋଲି କଂଗ୍ରେସ କହିଛି। ବିଜେଡି ମଧ୍ୟ ଏହାକୁ ନେଇ ପ୍ରତିକ୍ରିୟା ରଖିଛି। ବିଜେଡି ଆଞ୍ଚଳିକ ଦଳ ଭାବେ ଲୋକଙ୍କ ବିଶ୍ୱାସ ଜିତିଛି। କଂଗ୍ରେସ ଓ ବିଜେପି ଠାରୁ ସମଦୂରତା ରଖି ଆସିଛି ବିଜେଡି। ଏବେବି ସେହି ଆଭିମୁଖ୍ୟ ରେ ଚାଲିଛି। କିନ୍ତୁ ବିଜେପିର ଦିଲ୍ଲୀରୁ ଚିଠା ନ ଆସିଲେ ଏଠି କଲମ ଚାଲେନି। କିନ୍ତୁ ଲୋକେ ବିଜେଡ଼ିର ମାଲିକ। ବିଜେପି ପୂର୍ବରୁ ଏଭଳି ଅନେକ ଅଭିଯୋଗ କରିଛି। ଏଭଳି କଥାର କିଛି ଭିତ୍ତି ନାହିଁ ବୋଲି ବିଜେଡି କହିଛି।

Leave A Reply

Your email address will not be published.