thelifelinemedia
Latest Odisha News, Breaking News Today

ଲକ୍ଷ୍ମୀ ବସକୁ ନେଇ ଏମିତି କହିଲା ବିଜେଡି

ଭୁବନେଶ୍ୱର: ବର୍ତ୍ତମାନ ବିଜେପି ସରକାର କପି ପେଷ୍ଟ ସରକାର । ଏ ସରକାର କିଛି ପ୍ରାୟୋଜିତ ପଦକ୍ଷେପ ନେଉଛନ୍ତି । ବିଗତ ସରକାର ଲକ୍ଷ୍ମୀ ବସ୍ ଯୋଜନା ଆରମ୍ଭ କରିଥିଲେ, କମ ଟଙ୍କାରେ ଲୋକ ଏହି ବସ୍ ବ୍ୟବହାର କରୁଥିଲେ ଏବଂ ସମସ୍ତ ସୁବିଧା ପାଉଥିଲେ । ମାତ୍ର ମନ୍ତ୍ରୀ ବିଭୂତି ବାବୁ କହୁଛନ୍ତି ଲକ୍ଷ୍ମୀ ବସ୍ ରେ ଲୋକ ହେଉନାହାନ୍ତି । ଲକ୍ଷ୍ମୀବସ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରୁଛି ବୋଲି ବିଜେଡି କହିଛି। ଦଳ ପକ୍ଷରୁ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି

ପ୍ରାଇଭେଟ୍ ବସ୍ ଓନରଙ୍କ ସୁବିଧା ପାଇଁ ଲକ୍ଷ୍ମୀ ବସ ବନ୍ଦ କରିବାକୁ ଯୋଜନା କରୁଛନ୍ତି। ଏ ସରକାର ସାଧାରଣ ନା ଲୋକଙ୍କର ନା ବସ୍ ଓନରମାନଙ୍କର। ସାଧାରଣ ଲୋକଙ୍କ ପାଇଁ କରାଯାଇଥିବା ଯୋଜନାକୁ ବନ୍ଦ କରିବା ପାଇଁ କାହିଁକି ଚାହୁଁଛନ୍ତି ଏ ସରକାର ? ଏ ସରକାର ଲୋକଙ୍କ ସରକାର ନୁହେଁ । ମୋହନ ସରକାର ନେଉଥିବା ସମସ୍ତ ପଦକ୍ଷେପ ଲୋକଙ୍କ ବିରୋଧୀ । ଓଡ଼ିଶା ଲୋକ ବୁଝି ସାରିଲେଣି । ଏବେ ଲୋକ ଠିକ୍ ସମୟରେ ଠିକ୍ ନିଷ୍ପତି ନେବେ ବୋଲି ବିଜେଡି କହିଛି।

Leave A Reply

Your email address will not be published.