ସୁଭଦ୍ରା ଯୋଜନା: ଆଜି ହିତାଧିକାରୀଙ୍କ ଖାତାକୁ ଯିବା ୧ ଟଙ୍କା, ୯ ତାରିଖରେ ମିଳିବ ସୁଭଦ୍ରା କିସ୍ତି

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ମିଳିବା ସୁଭଦ୍ରା କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ କିସ୍ତି। ଆଜି ସୁଦ୍ଧା ୧ କୋଟି ମହିଳା ସୁଭଦ୍ରା ଯୋଜନା ପାଇଁ ଆବେଦନ କରିଛନ୍ତି। ସେମାନଙ୍କ ମଧ୍ୟରୁ ଗତକାଲି ସୁଦ୍ଧା ୩୨ ଲକ୍ଷ ହିତାଧିକାରୀ ଯୋଗ୍ୟ ବିବେଚିତ ହୋଇଛନ୍ତି। ଆଜି ସୁଦ୍ଧା ଯେତିକି ସଂଖ୍ୟାରେ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଆସନ୍ତା ୯ ତାରିଖ ଦିନ ସେମାନଙ୍କ ଦ୍ୱିତୀୟ ପ୍ରଯ୍ୟାୟର ପ୍ରଥମ କିସ୍ତି ଟଙ୍କା ମୁଖ୍ୟମନ୍ତ୍ରୀ ପ୍ରଦାନ କରିବେ। କ୍ଲିୟରରାନ୍ସ ପାଇନଥିବା ହିତାଧିକାରୀଙ୍କ ଆବେଦନ ପତ୍ର ପୁନଃ ଯାଞ୍ଚ ପରେ ଯୋଗ୍ୟ ହିତାଧିକାରୀଙ୍କୁ ଆସନ୍ତା ଡିସେମ୍ବର ମାସ ସୁଦ୍ଧା ସୁଭଦ୍ରା ଯୋଜନା କିସ୍ତି ପ୍ରଦାନ କରାଯିବ ଏବଂ ଯୋଗ୍ୟ ହିତାଧିକାରୀଙ୍କ ଆକାଉଣ୍ଟକୁ ଆଜି ୧ଟଙ୍କା ଲେଖାଏଁ ଛଡ଼ାଯିବ ବୋଲି ସୂଚନା ଦେଇଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ବାରିପଦାରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିବେ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।