ପରିବା ବଜାରରେ ନିଆଁ ଲଗାଇଛି ବିଲାତି ଦର: କିଲୋ ପିଛା ୧୦୦, ଖାଉଟି ଚିନ୍ତାରେ

ବ୍ୟୁରୋ : ବିଲାତି ଦରରେ ହାତ ମାରି ହେଉନି। ଶହେ ଛୁଇଁଲା ବିଲାତି ଦର। ବିଲାତି ଏମିତି ପରିବା କେତେବେଳେ ରାସ୍ତାରେ ପଡ଼ି ନଷ୍ଟ ହେଲାଣି ତ କେତେବେଳେ ଅଭାବୀ ବିକ୍ରି ପାଇଁ ବାଧ୍ୟ ହେଲେଣି ଚାଷୀ। ପୁଣି କେତେବେଳେ ରକେଟ ପରି ଉପର ମୁହାଁ ହେଲାଣି ଦର। ଆମେ କହୁଛୁ ସ୍ଵାଦ ଆଉ ସୌନ୍ଦର୍ଯ୍ୟରେ ସବୁଠାରୁ ଉପରେ ଥିବା ପରିବା ବିଲାତି ସମ୍ପର୍କରେ। ଖସୁ ନାହିଁ ବିଲାତି ଦର। କଟକ ଛତ୍ର ବଜାରରେ ଆଜି ବିଲାତି ଟ୍ରେ ଅର୍ଥାତ୍ ୨୫ କେଜିକୁ ୧୬ ଶହ ଟଙ୍କାରେ ବିକ୍ରି କରାଯାଉ ଥିବା ବେଳେ, ଖୁଚୁରା ବଜାରରେ ୮୦ ଟଙ୍କା କିଲୋ ବିକ୍ରି ହେଉଛି ବିଲାତି। କଟକ ସହରର ଗଳିକନ୍ଦିରେ କେଉଁଠି ନବେ ତ କେଉଁଠି ଶହେ। ରାଜ୍ୟର ସବୁଠି ବିଲାତିକୁ ନେଇ ଏଭଳି ସ୍ଥିତି।ନାସିକ ଓ ବାଙ୍ଗାଲୋରରେ ବର୍ଷା ପାଇଁ ବିଲାତି ଚାଷ ପ୍ରଭାବିତ ହୋଇଥିବାରୁ ଏହାର ପ୍ରଭାବ ରାଜ୍ୟ ଉପରେ ପଡ଼ିଥିବା ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି। କେବେ ଆଳୁ ତ କେବେ ପିଆଜ। ଏବେ ବିଲାତି ପାଳି ପଡ଼ିଛି। ଯେ କୌଣସି ଖାଦ୍ୟ ଶୈଳୀର ସ୍ଵାଦ ବୃଦ୍ଧିରେ ଏକ ବଡ ଭୂମିକା ନିର୍ବାହ କରୁଥିବା ଏହି ପରିବାର ଦର ଏବେ ବେଶ୍ ଅଧିକ ରହିଛି। କେବେ ଶହେ ତ କେଉଁ ଦିନ ୮୦ ତଳକୁ ଖସୁ ନାହିଁ ବିଲାତି ଦର। କଟକ ଛତ୍ର ବଜାରରେ ଆଜି ବିଲାତି ଟ୍ରେ ଅର୍ଥାତ୍ ୨୫ କେଜି କୁ ୧୬ ଶହ ଟଙ୍କାରେ ବିକ୍ରି କରାଯାଉ ଥିବା ବେଳେ, ଖୁଚୁରା ବଜାରରେ ୮୦ ଟଙ୍କା କିଲୋ ବିକ୍ରି ହେଉଛି ବିଲାତି। ଛତ୍ର ବଜାରରେ ବିଲାତି କିଲୋ ୮୦ ରହିଥିବା ବେଳେ, ଖୁଚୁରା ବ୍ୟବସାୟୀଙ୍କ ଠାରୁ ଯେଉଁ ବ୍ୟବସାୟୀ ବିଲାତି ନେଇ ସହରର ଗଳି କନ୍ଦି ଦୋକାନରେ ବିକ୍ରି କରୁଛନ୍ତି, ସେମାନେ କିଲୋ ପ୍ରତି ୯୦ ରୁ ଶହେ ଟଙ୍କାରେ ବିକ୍ରି କରୁଛନ୍ତି ବିଲାତି। ବିଲାତିକୁ ନେଇ ସବୁଠାରୁ ବେଶୀ ଚିନ୍ତାରେ ଏବେ ଖାଉଟି।କିଛି ଦିନ ତଳେ ୪୦ ରୁ ୫୦ ଟଙ୍କା କେଜି ବିକ୍ରି ହେଉଥିଲା ବିଲାତି। ଏବେ ଦୁଇ ଗୁଣ ଦର ବୃଦ୍ଧି ପାଇଛି ବିଗତ କିଛି ଦିନ ଭିତରେ। ମହାରାଷ୍ଟ୍ରର ନାସିକ ଓ କର୍ଣ୍ଣାଟକ ବାଙ୍ଗାଲୋରରୁ ମୁଖ୍ୟତଃ ଆମ ରାଜ୍ୟକୁ ଆସି ଥାଏ ବିଲାତି। ସେଠାରେ ଅତ୍ୟଧିକ ବର୍ଷା ପାଇଁ ଚାଷ ପ୍ରଭାବିତ ହୋଇଥିବାରୁ ଏହାର ପ୍ରଭାବ ଆମ ରାଜ୍ୟ ଉପରେ ପଡ଼ିଥିବା କହୁଛି ଛତ୍ର ବଜାର ବ୍ୟବସାୟୀ ସଂଘ।