thelifelinemedia
Latest Odisha News, Breaking News Today

ଗାନ୍ଧୀ ସ୍ମୃତିପୀଠ ତେଲେଙ୍ଗାପେଣ୍ଠରେ ରାଜ୍ୟ ସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ

ଭୁବନେଶ୍ୱର: ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ ଜାତିର ସଂପଦ । ସମଗ୍ର ବିଶ୍ୱର ଆଦର୍ଶ । ତାଙ୍କ ଜୀବନ ଥିଲା ସତ୍ୟ ସହ ନିରନ୍ତର ପରୀକ୍ଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କଟକ ଜିଲ୍ଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନରେ ମୁଖମନ୍ତ୍ରୀ ମୋହନ ମାଝୀ ଯୋଗଦେଇ କହିଛନ୍ତି ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା। ଗାନ୍ଧିଜୀ ତେଲେଙ୍ଗାପେଣ୍ଠକୁ ଆସି ଏଠାରେ ସମସ୍ତଙ୍କୁ ସ୍ବାଧିନତା ସଂଗ୍ରାମ ପାଇଁ ଅନୁପ୍ରାଣିତ କରିଥିଲେ। ଗାନ୍ଧିଜୀଙ୍କ ପାଦ ପଡିଥିବା ଏହି ତେଲେଙ୍ଗାପେଣ୍ଠର ମାଟି ଅତି ପବିତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବାକୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, “ଆସନ୍ତୁ, ଆଜି ଏହି ତେଲେଙ୍ଗାପେଣ୍ଠର ପବିତ୍ର ମାଟିରେ ବାପୁଙ୍କୁ ପୁଣି ଥରେ ସମ୍ମାନ ଜଣାଇ ତାଙ୍କ ଆଦର୍ଶରେ ଚାଲିବା ଏବଂ ଦେଶ ପାଇଁ ତାଙ୍କର ଯେଉଁ ସ୍ବପ୍ନ ଥିଲା ତାକୁ ପୂରଣ କରିବା ଦିଗରେ କାମ କରିଚାଲିବା। ଓଡ଼ିଶାକୁ ଅତ୍ୟଧିକ ଭଲ ପାଉଥିବା କାରଣରୁ ଗାନ୍ଧୀଜୀ ଏକାଧିକ ଥର ଓଡ଼ିଶାକୁ ଆସିଥିଲେ। ଓଡ଼ିଶାକୁ ସେ କେବଳ ଭଲ ପାଉନଥିଲେ, ଓଡ଼ିଶା ତାଙ୍କର ହୃଦୟ ଓ ମନକୁ ଆଲୋଡିତ କରିଥିଲା। ଗାନ୍ଧିଜୀଙ୍କର ଗୋଟିଏ ସ୍ମରଣୀୟ ବାକ୍ୟ ଥିଲା-‘ଓଡ଼ିଶା ହେଉଛି ମୋର ପ୍ରେମର ଭୂମି ।’

ମୁଖ୍ୟମନ୍ତ୍ରୀ କହିଥିଲେ ଗାନ୍ଧିଜୀ ଥିଲେ ଅଲୌକିକ ସାହସର ପରମ୍ପରା। ସତ୍ୟ ଥିଲା ତାଙ୍କର ସନ୍ଦେଶ। ଗାନ୍ଧିଙ୍କ ଜୀବନ, ତ୍ୟାଗ ଓ ତପସ୍ୟା ତାଙ୍କୁ ମହାନ୍‌ ଓ ବରେଣ୍ୟ କରି ଗଢ଼ି ତୋଳିଥିଲା । ଗାନ୍ଧିଜୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ହୃଦୟ ପରିବର୍ତ୍ତନ । ତାଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.