thelifelinemedia
Latest Odisha News, Breaking News Today

ବଦଳିବ ହାଇସ୍କୁଲ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ 

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ହାଇସ୍କୁଲର ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ ରଙ୍ଗ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ୨୦୨୩- ୨୪ ଶିକ୍ଷାବର୍ଷରେ ତତ୍କାଳୀନ ସରକାର ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ସବୁଜ କରିଥିଲେ। ଏବେ ତାହାକୁ ବଦଳାଯାଇ ବାଦାମି ରଙ୍ଗର ଗାରପକା ସାର୍ଟ ଓ ଖଇରିଆ ରଙ୍ଗର ପ୍ୟାଣ୍ଟ ରଖିବାକୁ ସ୍ଥିର ହୋଇଛି। ଛାତ୍ରଙ୍କ ପାଇଁ ଫୁଲ୍‌ ପ୍ୟାଣ୍ଟ ଓ ସାର୍ଟ ରହିଥିବା ବେଳେ ଛାତ୍ରୀଙ୍କ ଲାଗି ଚୁଡ଼ିଦାର ପଞ୍ଜାବୀ ସହ ଜ୍ୟାକେଟ ରହିଛି। ଛାତ୍ରୀଙ୍କ ଜ୍ୟାକେଟ୍‌ରେ ଦୁଇଟି ପକେଟରହିଥିବା ବେଳେ ଛାତ୍ରଙ୍କର ବେଲ୍ଟ ରହିବ। ୟୁନିଫର୍ମରେ କୌଣସି ଲୋଗୋ ରହିବ ନାହିଁ। ଯେଉଁ ବିଦ୍ୟାଳୟରେ ପୁରୁଣା ରଙ୍ଗର ୟୁନିଫର୍ମ ଲାଗୁ ହୋଇ ନାହିଁ କିମ୍ବା ବଣ୍ଟନ କରାଯାଇ ନାହିଁ ସେଠାକାର ପିଲାଙ୍କ କ୍ଷେତ୍ରରେ ଏହି ନୂତନ ରଙ୍ଗର ୟୁନିଫର୍ମ ମଧ୍ୟ ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କୁଲରେ ପଢୁଥିବା ସମସ୍ତ ପିଲାଙ୍କୁ ଏହି ପୋଷକ ବଣ୍ଟନ ହେବ। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆଜି ଅନୁମୋଦନ କରାଯିବା ସହ ମାଧ୍ୟମିକ ଶିକ୍ଷା ନିର୍ଦେଶକଙ୍କୁ ଅବଗତ କରାଯାଇଛି। ତେବେ କେବେ ସୁଦ୍ଧା ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ୟୁନିଫର୍ମ ମିଳିବ ସେନେଇ କୌଣସି ସୂଚନା ଦିଆଯାଇ ନାହିଁ । ପୂର୍ବରୁ ୨୦୨୩-୨୪ ଶିକ୍ଷା ବର୍ଷରେ ବିଜେଡି ସରକାର ସମୟରେ ୟୁନିଫର୍ମ ରଙ୍ଗ ହଣ୍ଟର ଗ୍ରୀନ କରାଯାଇ ଥିଲା। ଏବେ ନୂଆ ସରକାର ୟୁନିଫର୍ମ ରଙ୍ଗ ବଦଳିବା ନେଇ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.