thelifelinemedia
Latest Odisha News, Breaking News Today

ଅନୁଗୁଳ ଜିଲ୍ଲାର ନେତୃମଣ୍ଡଳୀ ଓ ଦଳୀୟ କର୍ମକର୍ତ୍ତାଙ୍କୁ ଭେଟିଲେ  ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଶଙ୍ଖ ଭବନ ଠାରେ ଅନୁଗୁଳ ଜିଲ୍ଲାର ସାଂଗଠନିକ ପଦାଧିକାରୀ ଓ ନେତୃ ବୃନ୍ଦଙ୍କ ବୈଠକ ଅନୁଷ୍ଠିତ ହୋଇ ସଂଗଠନକୁ ମଜବୂତ କରିବା ସମ୍ପର୍କ ରେ ବିସ୍ତୃତ ଆଲୋଚନା କରାଯାଇଥିଲା।ବୈଠକରେ ଉଦବୋଧନ ଦେଇ ଦଳ ସଭାପତି ନବୀନ ପଟ୍ଟନାୟକ କହିଥିଲେ ବିଜେଡି ସରକାରର ୨୪ବର୍ଷ ଶାସନରେ ରାଜ୍ୟର ସବୁ ଅଞ୍ଚଳ ଓ ସବୁ କ୍ଷେତ୍ରର ବିକାଶକୁ ପ୍ରାଥମିକତା ଦେଇଥିଲା। ଶିଳ୍ପ ବିକାଶ କ୍ଷେତ୍ରରେ ଅନୁଗୁଳ ଏକ ଆଗୁଆ ଜିଲ୍ଲା। ବିଜେଡି ସରକାର ସମୟରେ ଜିଲ୍ଲା ର ବିକାଶ ପାଇଁ ଅନେକ କାମ ହୋଇଥିଲା। ବିଭିନ୍ନ ପଂଚାୟତ ଓ ପୌର ପରିଷଦରେ ବିଜେଡିର ସ୍ଥିତି ମଜବୂତ ରହିଛି.ତେଣୁ ପୂର୍ବ ପରି ଅଧିକ ନିଷ୍ଠାର ସହ ଲୋକଙ୍କ ସେବା ଜାରିରଖିବାକୁ ଶ୍ରୀ ପଟ୍ଟନାୟକ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।

ବିଜେଡି ସରକାର ସମୟରେ ଗରିବୀ ହ୍ରାସ ପାଇଁ ଅନେକ କାମ ହୋଇଛି। ଯାହା ଆଜି ସୁଫଳ ଦେଇଛି ଏବଂ ଏହା ୭୦% ରୁ କମି ଦଶ % ରେ ପହଂଚିଛି। ବିକାଶ ର ବିଭିନ୍ନ ସୂଚକଙ୍କ ରେ ଓଡିଶା ଭଲ ପ୍ରଦର୍ଶନ କରିଛି। ବିଜେଡ଼ି ସରକାର ସମୟ ର ଭଲ କାମ ବିଷୟରେ ଲୋକ ଙ୍କୁ ସଚେତନ କରିବା ସହ ପଦଯାତ୍ରା ସମୟରେ ବିଜେପି ର ମିଛ ଲୋକଙ୍କୁ ଜଣାଇବାକୁ ନବୀନ ପରାମର୍ଶ ଦେଇଥିଲେ।

Leave A Reply

Your email address will not be published.