ମାହାଙ୍ଗା ଡବଲ ମର୍ଡର ଘଟଣା: ପ୍ରତାପ ଜେନାଙ୍କୁ ହାଇକୋର୍ଟଙ୍କ କ୍ଲିନ ଚିଟ

କଟକ: ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପ ଜେନାଙ୍କୁ କ୍ଲିନଚିଟ ଦେଇଛନ୍ତି ହାଇକୋର୍ଟ। ସାଲେପୁର ଜେଏମଏଫସିଙ୍କ ନିର୍ଦ୍ଦେଶ ହାଇକୋର୍ଟରେ ଖାରଜ ହୋଇଯାଇଛି।ପ୍ରତାପ ଜେନାଙ୍କୁ ତଦନ୍ତ ପରିସର କରିବାକୁ ନିର୍ଦ୍ଦେଶ ଦେଇଥିଲେ ଜେଏମଏଫସି। ଏହାକୁ ହାଇକୋର୍ଟରେ ଚାଲେଞ୍ଜ କରିଥିଲେ ପ୍ରତାପ ଜେନା। ମାହାଙ୍ଗା ଡବଲ ମର୍ଡର ଘଟଣାରେ ପ୍ରତାପଙ୍କ ବିରୋଧରେ କଗନିଜାନସ ନେଇଥିଲେ ଜେଏମଏଫସି।୨୦୨୩ ସେପ୍ଟେମ୍ବର ୨୫ ରେ ଜେଏମଏଫସି ଦେଇଥିଲେ ନିର୍ଦ୍ଦେଶ।ପ୍ରତାପ ଜେନାଙ୍କୁ ତଦନ୍ତ ପରିସର କରିବାକୁ ଦେଇଥିଲେ ନିର୍ଦ୍ଦେଶ।ଏହି ନିର୍ଦ୍ଦେଶକୁ ଖାରଜ କଲେ ହାଇକୋର୍ଟ। ପ୍ରତାପ ଜେନାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିଲେ ବରିଷ୍ଠ ଆଇନଜୀବୀ ଦେବୀପ୍ରସାଦ ଧଳ। ୨୦୨୧ ମସିହାରେ ଘଟିଥିବା ବହୁ ଚର୍ଚ୍ଚିତ ମାହାଙ୍ଗା ଡବଲ ମର୍ଡର ମାମଲାରେ ୯ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସାଲେପୁର ଏଡିଜେ କୋର୍ଟ। ଏହି ମାମଲାରେ ପ୍ରମାଣ ଅଭାବରୁ ଜଣେ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରାଯାଇଛି।
ମାହାଙ୍ଗା ଡବଲ ମର୍ଡର ଘଟଣାରେ ଯେଉଁ ୧୩ ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା, ସେଥିରେ ପୂର୍ବତନ ବିଧାୟକ ପ୍ରତାପ କୁମାର ଜେନାଙ୍କ ନାଁ ରହିଛି। ଏହି ଘଟଣାରେ ପ୍ରତାପ ଜେନାଙ୍କ ବିରୋଧରେ ମାମଲା ଚାଲୁ ରଖିବାକୁ ସାଲେପୁର ଜେଏମଏଫସି କୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏବେ ହାଇକୋର୍ଟରୁ ପ୍ରତାପ ଜେନାଙ୍କୁ ଆଶ୍ବସ୍ତି ମିଳିଛି।