ବଦଳିଲେ ଏହିସବୁ ମହିଳା ଏସପି:ଖୋର୍ଦ୍ଧା ଏସପି ହେଲେ ସାଗରିକା ନାଥ,ରାୟଗଡା ଏସ ପି ଏସ. ସ୍ୱାତୀ

ଭୁବନେଶ୍ୱର: ରାଜ୍ୟରେ ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇଛି। କିନ୍ତୁ ଏହି କ୍ରମରେ କିଛି ମହିଳା ଏସପିଙ୍କୁ ବଦଳି କରାଯାଇଛି। ସାଗରିକା ନାଥ ଖୋର୍ଦ୍ଧା ଏସପି ଭାବେ ବଦଳି ହୋଇଛନ୍ତି। ୨୦୧୬ବ୍ୟାଚ ଆଇପିଏସ୍ ସଗରିକା ନାଥ ହୋଇଛନ୍ତି ଖୋର୍ଦ୍ଧା ଏସପି। ପୂର୍ବରୁ ସେ ଭୁବନେଶ୍ୱର ଟ୍ରାଫିକ ଏସପି ଓ ବାଲେଶ୍ଵର ଏସପି ଭାବେ ସଫଳତାର ସହ କାର୍ଯ୍ୟ ତୁଲାଉଛନ୍ତି। ବାଲେଶ୍ଵର ଏସପି ଭାବେ ବାହାନଗା ରେଳ ଦୁର୍ଘଟଣା ସମୟରେ ତାଙ୍କର ଯଥେଷ୍ଟ ଅବଦାନ ରହିଛି। ସେହିଭଳି ବାଲେଶ୍ଵର ରେ ଆଇନ ଶୃଙ୍ଖଳା, ସାଇବର ଅପରାଧ ମାମଲା ତଦନ୍ତ ରେ ଅବଦାନ ଗୁରୁତ୍ବପୁର୍ଣ। ଖୋର୍ଦ୍ଧା ଭଳି ସମ୍ବେଦନଶୀଳ ଜିଲ୍ଲା ରେ ସାଗରିକାଙ୍କ ରହିବ ଅନେକ ଚାଲେଞ୍ଜ। ରାଜନୈତିକ ବାତାବରଣ ଖୋର୍ଦ୍ଧା ରେ ସବୁବେଳେ ସମ୍ବେଦନଶୀଳ ରହିଥାଏ। ଏହା ସହ ସେଠାରେ ଖଣି ମାଫିଆଙ୍କ ଦୌରତ୍ମ୍ୟ, ଆଇନ ଶୃଙ୍ଖଳା, ଭାଇଚାରା ବଜାୟ ରଖିବା ବଡ ଚାଲେଞ୍ଜ ରହିବ। ସେହିପରି ୨୦୧୭ ବ୍ୟାଚ ଆଇପିଏସ୍ ଏସ୍ ସ୍ଵାତି କୁମାର ରାୟଗଡ଼ା ଏସପି ଭାବେ ବଦଳି ହୋଇଛନ୍ତି। ସେହିପରି ୨୦୧୮ବ୍ୟାଚ ଆଇପିଏସ୍ ଏସ ସୁଶ୍ରୀ ନୟାଗଡ଼ ଏସପି ଭାବେ ଦାୟିତ୍ଵ ନେବେ। ପୂର୍ବରୁ ସୁଶ୍ରୀ ଭୁବନେଶ୍ୱର ରେ ଟ୍ରାଫିକ ଡିସିପି ଓ ମୟୂରଭଞ୍ଜ ଏସପି ଭାବେ ଦାୟିତ୍ଵ ତୁଲାଇଛନ୍ତି। ସେହିପରି ଦେଓଗଡ଼ ଏସପି ଥିବା ୨୦୧୩ ବ୍ୟାଚ IPS ଅନୁପମା ଜେମସ ଭିଜିଲାନ୍ସ ଏସପି ଭାବେ ଦାୟିତ୍ଵ ନେବେ। ସେହିପରି କଟକ ଗ୍ରାମାଞ୍ଚଳ ଏସପି ଥିବା ୨୦୧୩ ବ୍ୟାଚ IPS ଏଲ ବିଦ୍ୟା ଭିଜିଲାନ୍ସ ଏସପି ଭାବେ ଦାୟିତ୍ଵ ନେବେ।