thelifelinemedia
Latest Odisha News, Breaking News Today

ଅକ୍ଟୋବର ୯ ରେ ମିଳିବ ସୁଭଦ୍ରା କିସ୍ତି: ବାକି ଥିବା ହିତାଧିକାରୀଙ୍କୁ ଦିଆଯିବ ସୁଭଦ୍ରା କିସ୍ତି 

ଭୁବନେଶ୍ୱର: ପୁଣି ମିଳିବ ସୁଭଦ୍ରା ଟଙ୍କା। ଅକ୍ଟୋବର ୯ ତାରିଖରେ ମୟୂରଭଞ୍ଜର ବାରିପଦା ଜିଲ୍ଲାରେ ସୁଭଦ୍ରା ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଟଙ୍କା ସୁଭଦ୍ରା ହିତାଧୀକାରୀଙ୍କୁ ଦିଆଯିବ ବୋଲି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି। ମହିଳାଙ୍କୁ ଦଶହରା ଭେଟି ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ଟଙ୍କା ଦିଆଯିବ । ନିଜର ସମୃଦ୍ଧି ପାଇଁ ମହିଳା ମାନେ ଏହି ଟଙ୍କାର ଉପଯୋଗ କରିବେ ବୋଲି ଆମର ଆଶା ରହିଛି । ଆମର ଲକ୍ଷ୍ୟ ୧ କୋଟି ମହିଳା ଏହି ଯୋଜନାରେ ସାମିଲ ହେବେ ବୋଲି ପ୍ରଭାତୀ କହିଛନ୍ତି।୪୦ ଲକ୍ଷରୁ ଅଧିକ ମହିଳାଙ୍କୁ ମିଳିବ ଏହି ଅର୍ଥ। ଆସନ୍ତା ୭ ତାରିଖ ସୁଦ୍ଧା ନାମ ପଞ୍ଜିକରଣ କରିଥିବା ମହିଳାଙ୍କୁ ଏହି ଟଙ୍କା ଦିଆଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାରିପଦାରେ ଏହାର ଶୁଭାରମ୍ଭ କରିବେ ବୋଲି ସେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.