thelifelinemedia
Latest Odisha News, Breaking News Today

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଝାଡ଼ଖଣ୍ଡ ଗସ୍ତ ବିଜେପିକୁ ଫାଇଦା ଦେବା : ଲତା ଉଷେଣ୍ଡି

ଭୁବନେଶ୍ୱର: ଓଡ଼ିଶା ପରି ଝାଡ଼ଖଣ୍ଡରେ ମଧ୍ୟ ଡବଲ ଇଞ୍ଜିନ ସରକାର ହେବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଝାରଖଣ୍ଡ ଗସ୍ତ କରିଛନ୍ତି। ବିଜେପିର ନିର୍ବାଚନ ପ୍ରଚାର ପାଇଁ ବିଭିନ୍ନ ସଭାରେ ଯୋଗ ଦେବେ। ଏହାର ଫାଇଦା ଝାରଖଣ୍ଡରେ ବିଜେପିକୁ ମିଳିବ। ଓଡ଼ିଶା ପରି ଝାରଖଣ୍ଡରେ ମଧ୍ୟ ଡବଲ ଇଞ୍ଜିନ ସରକାର ହେବ। ମୋଦି ଗ୍ୟାରେଣ୍ଟିକୁ ଯେଭଳି ଦେଶ ବ୍ୟାପି ସ୍ବୀକାର କରିଛନ୍ତି। ଝାଡ଼ଖଣ୍ଡବାସୀ ମୋଦି ଗ୍ୟାରେଣ୍ଟିକୁ ଝାଡ଼ଖଣ୍ଡର ମଧ୍ୟ ମୋହର ମାରିବେ। ନିର୍ବାଚନ ପ୍ରକ୍ରିୟାରେ ବିଜେପି କାର୍ଯ୍ୟକର୍ତ୍ତା ବିଭିନ୍ନ କ୍ଷେତ୍ରରୁ ଆସି କାମ କରିବାରେ ନଜିର ରହିଛି। ତାହା ଓଡ଼ିଶାରେ ଦେଖିଥିବେ। ଝାଡ଼ଖଣ୍ଡରେ ଯେହେତୁ ନିର୍ବାଚନ ତାକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜ୍ୟ ବିଜେପିର ବରିଷ୍ଠ ପଦାଧିକାରୀ ଏବଂ ଅନ୍ୟ କାର୍ଯ୍ୟକର୍ତ୍ତା ବିଜେପିର ପ୍ରଚାର ପାଇଁ ଗସ୍ତ କରୁଛନ୍ତି ବୋଲି ରାଜ୍ୟ ସହ ପ୍ରଭାରୀ ବିଜେପି ଲତା ଉଷେଣ୍ଡି କହିଛନ୍ତି

ସେହିପରି ସୁଭଦ୍ରା ଯୋଜନାକୁ ନେଇ ଲତା ଉଷେଣ୍ଡିଙ୍କ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ସୁଭଦ୍ରା ଯୋଜନା ମାଧ୍ୟମରେ ଓଡ଼ିଶାର ମହିଳା ଆଗକୁ ବାଢ଼ିବା ପାଇଁ ଏକ ରାସ୍ତା ମିଳିଛି। ଯାହାର ଫାଇଦା ରାଜ୍ୟର ମହିଳା ପାଇବେ। ରାଜ୍ୟର ମହିଳା ଏହି ଯୋଜନାକୁ ନେଇ ବେଶ ଉତ୍ସାହିତ। ସବୁ ମହଲରେ ଏହାକୁ ସ୍ୱାଗତ କରାଯାଉଛି। ଏହି ଯୋଜନା ମାଧ୍ୟମରେ ମହିଳା ଆଗକୁ ବଢିବେ। ମହିଳା ସଶକ୍ତିକରଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି। ମହିଳା କିଭଳି ଆଗକୁ ସବୁ ସମୟରେ ତାକୁ ନେଇ ଚିନ୍ତିତ ପ୍ରଧାନମନ୍ତ୍ରୀ। ଅନ୍ୟପଟେ ବିଜେପିର ସଦସ୍ୟତା ଅଭିଯାନ ଉପରେ ଲତା ଉସେଣ୍ଡି କହିଛନ୍ତି ଓଡ଼ିଶାରେ ସଦସ୍ୟତା ଅଭିଯାନ ବହୁତ ବ୍ୟବସ୍ଥିତ ଢଙ୍ଗରେ ଚାଲିଛି। ବିଜେପିରେ ଅଧିକରୁ ଅଧିକ ସଂଖ୍ୟାରେ ଲୋକ ଯୋଡିବା ପାଇଁ ଟାର୍ଗେଟ ରଖାଯାଇଛି।

Leave A Reply

Your email address will not be published.