thelifelinemedia
Latest Odisha News, Breaking News Today

ବିଜେଡିର ଜନ ସମ୍ପର୍କ ପଦଯାତ୍ରା : ଦଳୀୟ ନେତାଙ୍କୁ ଚିଠି ଲେଖିଲେ ନବୀନ 

ଭୁବନେଶ୍ୱର:ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ସାଂସଦ, ବିଧାୟକଙ୍କୁ ଚିଠି ଲେଖିଲେ। ଜନ ସମ୍ପର୍କ ପଦଯାତ୍ରା, ସଭ୍ଯ ସଂଗ୍ରହ ଅଭିଯାନ ସମ୍ପର୍କରେ ଲେଖିଲେ ଚିଠି। ବ୍ଲକ ତଥା ପୌରାଞ୍ଚଳରେ ଜନ ସମ୍ପର୍କ ପଦଯାତ୍ରା କରାଯିବ। ବିଜେଡି ସରକାର ସମୟରେ ଲୋକାଭିମୁଖୀ କାର୍ଯ୍ୟକ୍ରମ, ବିଜେପି ସରକାର ଦରଦାମ୍ ନିୟନ୍ତ୍ରଣରେ ବିଫଳତା, ଆଇନ ଶୃଙ୍ଖଳା ଅଧୋଗତି ସମ୍ପର୍କରେ ଜନ ସାଧାରଣଙ୍କୁ ଅବଗତ କରିବା ନବୀନ ଚିଠିରେ ଉଲ୍ଲେଖ କରିଛନ୍ତି।

ବିଜେଡି ଦୁଇଟି ପର୍ଯ୍ୟାୟରେ ଜନ ସମ୍ପର୍କ ପଦଯାତ୍ରା କରିବାକୁ ଯାଉଛି। ଅକ୍ଟୋବର ୨ରୁ ୬ରୁ ପ୍ରଥମ ପର୍ଯ୍ୟାୟ ଥିବା ବେଳେ ଅକ୍ଟୋବର ୨୧ ରୁ ୩୦ ଦ୍ୱିତୀୟ ପର୍ଯ୍ୟାୟରେ ଜନ ସମ୍ପର୍କ ପଦ ଯାତ୍ରା ହେବ। ସରକାରରେ ଥାଉ କି ନ ଥାଉ ବିଜେଡି କିନ୍ତୁ ଲୋକଙ୍କ ପାଇଁ କାମ କରିବ ବୋଲି ଦଳ ପକ୍ଷରୁ କୁହା ଯାଇଛି। ଜନ ସମ୍ପର୍କ ପଦ ଯାତ୍ରା ସହିତ ବିଜେଡି ସଦସ୍ୟତା ସଂଗ୍ରହ ଅଭିଯାନକୁ ତ୍ୱରାନ୍ୱିତ କରିବ ବୋଲି ଲକ୍ଷ୍ୟ ରଖିଛି।

Leave A Reply

Your email address will not be published.