ମୁଖ୍ୟମନ୍ତ୍ରୀ ଅନ୍ଧାରରେ ବାଡ଼ି ବୁଲାନ୍ତୁ ନାହିଁ: ବିଜେଡି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଅନ୍ଧାରରେ ବାଡ଼ି ବୁଲାନ୍ତୁ ନାହିଁ। କିଛି ତଥ୍ୟ ନଥାଇ ମନ ଇଛା କୁହନ୍ତୁ ନାହିଁ ବରଂ ତଥ୍ୟ ଦେଖାନ୍ତୁ ବୋଲି ବିଜେପି ସରକାରକୁ ଟାର୍ଗେଟ କରିଛି ବିଜେଡି। ଦଳ ପକ୍ଷରୁ ନେତ୍ରୀ ସୁଲତା ଦେଓ ସାମ୍ବାଦିକ ସମ୍ମିଳନୀ କରି ମୋହନ ସରକାରକୁ ଘେରିଛନ୍ତି।ବିଜେଡି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି ଶହେ ଦିନର ହତାଶ ଭାବ ବେଶୀ ପରିଲକ୍ଷିତ ହେଉଛି। ଅଭାବି ଓଡ଼ିଶାର ପ୍ରଭାବୀ ଓଡ଼ିଶା ହୋଇ ପାରିଛି। ମୁଖ୍ଯମନ୍ତ୍ରୀ ହତାଶ ହୋଇ ଏହିଭଳି ବକ୍ତବ୍ଯ ଦେଇଛନ୍ତି ବୋଲି ସୁଲତା କହିଛନ୍ତି। ମୁଖ୍ୟମନ୍ତ୍ରୀ ଯଦି ସତସାହାସ ଅଛି ସେମାନଙ୍କର ତଥ୍ୟ ସହ ନାମ ପ୍ରକାଶ କରନ୍ତୁ।
ଓଡିଶା ଏବେ ଭୋକର ଭୁଗୋଳ ନୁହଁ ବରଂ ଏବେ ଭାତ ହାଣ୍ଡି ପାଲଟିଛି।ଅଭାବି ଓଡିଶାରୁ ପ୍ରଭାବି ଓଡିଶା ହୋଇପାରିଛି। ମୁଖ୍ଯମନ୍ତ୍ରୀ ତଥ୍ଯ ନରଖି ମାଲନ୍ଯୁଟିରେସିଆନ କଥା ଉଠାଇଛନ୍ତି। ଏହି ଅବସରରେ ସେ ମାଲନ୍ଯୁଟ୍ରେସିଆନ କ୍ଷେତ୍ରରେ ଓଡିଶା ସହିତ ବିଜେପି ଶାସିତ ରାଜ୍ଯ ମାନଙ୍କର ତୁଳନା କରି ବିଜେପି ବହୁ ପଛରେ ଥିବା କହିଛନ୍ତି।ଜାତୀୟ ହାରରେ ମଧ୍ଯ୍ଯ ଓଡିଶା ଖାଦ୍ଯ ବଳକା ରାଜ୍ଯରେ ପରିଣତ ହୋଇଛି। ୨୦୧୬ମସିହାରେ ନଗଡା ୩୩୫ଟି ପରିବାର ରହୁଥିବା ବେଳେ ଏବେ ସେଠାରେ ୬୮୭ଟି ପରିବାର ରହୁଛନ୍ତି। ନଗଡାରେ ୨୦୧୬ ମସିହାରେ ୪୪ ଜଣ ପିଲା ଦୁର୍ବଳ ସ୍ବାସ୍ଥ୍ଯରେ ଏବେ ସେଥିରେ ପରିବର୍ତ୍ତନ ହୋଇଛି।ମାଇନର ସ୍କୁଲ ପ୍ରତିଷ୍ଠା ହୋଇଛି।ବିକାଶ ପାଇଁ ଜଙ୍ଗଲ ଅନୁମତିର ଆବଶ୍ଯକତା ରହିଛି।ରାଜ୍ଯ ସରକାର କେନ୍ଦ୍ରରୁ ଏହି ଅନୁମତି ଆଣନ୍ତୁ।ପୂର୍ବରୁ ମେଡିକାଲ ଟିମ ଯାଇପାରୁନଥିଲା।ଏବେ ସପ୍ତାହକୁ ୨ ଥର ଟିମ ଯାଉଛି। ଆଦିବାସୀ ମୁଖ୍ଯମନ୍ତ୍ରୀ ହିସାବରେ ସେ ବିକାଶ କରନ୍ତୁ ବୋଲି ବିଜେଡି କହିଛି।