thelifelinemedia
Latest Odisha News, Breaking News Today

ନୁଆଁ ଖାଇଲେ ମୁଖ୍ୟମନ୍ତ୍ରୀ: ଧର୍ମପତ୍ନୀଙ୍କ ସହିତ ବସି ନୂଆଁ ଖାଇଲେ ମୋହନ ମାଝୀ

ସମ୍ବଲପୁର: ନୂଆଁଖାଇରେ ନୂଆଁ ଖାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ପବିତ୍ର ନୁଆଁଖାଇ ଅବସରରେ ନୁଆଁ ଖାଇଛନ୍ତି ମୁଖ୍ୟମନ୍ତ୍ରୀ। ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଈଙ୍କ ଦର୍ଶନ କରିଥିଲେ। ମା’ଙ୍କୁ ଦର୍ଶନ କରିବା ପରେ ସେ ପଶ୍ଚିମ ଓଡ଼ିଶାବାସୀଙ୍କୁ ନୂଆଁଖାଇ ଶୁଭ ଅବସରର ଅଭିନନ୍ଦନ ଜଣାଇଥିଲେ। ମାଙ୍କ ଠାରେ ଓଡିଶାବାସୀଙ୍କ ପାଇଁ ମଙ୍ଗଳ କାମନା କରିଥିଲେ। ପରେ ଧର୍ମପତ୍ନୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନୁଆଁଖାଇ ପାଳନ କରିଛନ୍ତି। ସ୍ତ୍ରୀଙ୍କ ସହିତ ନବାନ୍ନ ଖାଇଛନ୍ତି। ଖାଲି ମୁଖ୍ୟମନ୍ତ୍ରୀ ନୁହନ୍ତି ଏହି ପବିତ୍ର ମୁହୂର୍ତ୍ତରେ ମୁଖ୍ୟମନ୍ତ୍ରୀଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅନ୍ୟାନ୍ୟ ବରିଷ୍ଠ ପୁଲିସ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ। ସମସ୍ତେ ଗୋଟିଏ ସ୍ଥାନରେ ବସି ନୂଆଁ ଖାଇଥିଲେ। ଗୋଟିଏ ଜାଗାରେ ବସି ମୁଖ୍ୟମନ୍ତ୍ରୀ, କେନ୍ଦମନ୍ତ୍ରୀ ନୁଆଁଖାଇ ପାଳନ ଅବସରରେ ନୁଆଁ ଖାଇଛନ୍ତି।

ଚଳିତ ଥର ନୂଆଖାଇ ପାଇଁ ସମ୍ବଲପୁର ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନବାନ୍ନ ଖାଇବା ସହ ନୂଆଖାଇ ଭେଟଘାଟରେ ସାମିଲ ହୋଇଛନ୍ତି। ଆଜି ପବିତ୍ର ଗଣପର୍ବ ନୁଆଁଖାଇ। ଏଥିପାଇଁ ଚଳଚଞ୍ଚଳ ହୋଇପଡିଛି ପୁରା ରାଜ୍ୟ। ଘରେ ଘରେ ନୁଆଁ ଖାଇ ଏହି ପର୍ବକୁ ପାଳନ କରିଛନ୍ତି।

 

Leave A Reply

Your email address will not be published.