thelifelinemedia
Latest Odisha News, Breaking News Today

ସୁଜିତ କୁମାରଙ୍କୁ ଘେରିଲେ ସୁଲତା: ଦୁର୍ନୀତି ହୋଇନି ଦୁର୍ନୀତି ଆଗକୁ ହେବାକୁ ଯାଉଛି

ଭୁବନେଶ୍ୱର: ସୁଜିତ କୁମାର ବିଜେଡି ଛାଡି ବିଜେପିରେ ମିଶିବା ପରେ ବିଜେଡିରେ ଚାଲିଥିବା ଦୁର୍ନୀତି କଥା ଉଠାଇଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବୟାନ ବାଜି ଆରମ୍ଭ ହୋଇ ସାରିଛି। ଏ ସବୁ ଭିତରେ ଏବେ ସୁଜିତ କୁମାରଙ୍କୁ ଘେରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ସୁଜିତଙ୍କ ନାଁରେ ପାଲଟା ଅଭିଯୋଗ ଆଣିଲେ ସାଂସଦ ସୁଲତା ଦେଓ। କହିଲେ ସୁଜିତ କୁମାର କେଉଁ ଦୁର୍ନୀତି କଥା କହୁଛନ୍ତି ? ଦୁର୍ନୀତି ହୋଇନି ଦୁର୍ନୀତି ଆଗକୁ ହେବାକୁ ଯାଉଛି। ଦେଓମାଲି, ସିଜୁମାଳିକୁ ଟେକିଦେବାକୁ ଯୋଜନା ହୋଇଛି। ସୁଜିତ କୁମାରଙ୍କ ମୁହଁରେ ଦୁର୍ନୀତି କଥା ସୈତାନ୍ ମୁହଁରେ ବେଦ ପାଠ। ସୁଜିତ କୁମାରଙ୍କ ସାଂସଦ ପାଣ୍ଠି କିଏ ପରିଚାଳନା କରିଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୁଲତା। ଯଦି ଦୁର୍ନୀତି ହୋଇଛି ଏତେଦିନ କେଉଁଠି ଥିଲେ। ଡିଲ ଫାଇନାଲ ହୋଇନଥିଲା କି ? ଏବେ ଡିଲ ଫାଇନାଲ ହୋଇଯାଇଥିବ ସେଥିପାଇଁ ଡିଆଁ ମାରିଥିବେ। କେତେ ଆଗକୁ ଯିବେ, କେତେଦିନ ପରେ କବାଡିଆ ରେଟରେ ଯିବେ ଅପେକ୍ଷା କରନ୍ତୁ।

ବିଜେଡିର ଅନ୍ୟ ସାଂସଦ ଛାଡିବା ନେଇ ପ୍ରତିକ୍ରିୟା ଦେଇଛନ୍ତି ସୁଲତା। କହିଛନ୍ତି ସ୍ଥିର ପାଣିରେ ଟେକା ପକାଇ ତରଙ୍ଗ ସୃଷ୍ଟି କରିବାରେ ମାହିର ବିଜେପି। ଅନ୍ଧାରକୁ ଟେକା ମାରୁଛନ୍ତି। କେତେ ଆସିବେ କେତେ ଯିବେ ନବୀନ ପଟ୍ଟନାୟକ ହାତ ହଲେଇଦେଲେ ହଜିଯିବେ। ନଭେମ୍ବର ମାସରୁ ବୁଲିବେ ବୋଲି ବିଜେପି ଶିବିରରେ ଛନକା ପଶିଲାଣି । ନଭେମ୍ବର ମାସରୁ ବୁଲିବେ।ଲୋକ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି। ଗତକାଲି ଗଣେଶ ମେଢ଼ ପରିଦର୍ଶନ ସମୟରେ ଏହା ଦର୍ଶାଉଛି ବୋଲି ସୁଲତା ଦେଓ କହିଛନ୍ତି।

Leave A Reply

Your email address will not be published.