thelifelinemedia
Latest Odisha News, Breaking News Today

ନୂଆଁଖାଇ ପାଇଁ ଶୁଭେଚ୍ଛାର ସୁଅ: ଛାଇଯାଇଛି ସୋସିଆଲ ମିଡ଼ିଆ, ଅଭିନନ୍ଦନ ଜଣାଇଲେ ରାଷ୍ଟ୍ରପତି 

ବ୍ୟୁରୋ: ଆଜି ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଁଖାଇ। ଉତ୍ସବ ମୁଖର ହୋଇପଡିଛି ପଶ୍ଚିମ ଓଡିଶା। ଖୁସିର ଆସର ଜମିଛି। ଘରେ ଘରେ ପିଠା ପଣାର ଆସର। ଏଥିପାଇଁ କେବଳ ପଶ୍ଚିମ ଓଡିଶା ନୁହେଁ ପୁରା ରାଜ୍ୟ ପାଳୁଛି ନୁଆଁଖାଇ ପର୍ବ। ଏଥି ପାଇଁ ସୋସିଆଲ ମିଡ଼ିଆରେ ଅଭିନନ୍ଦନର ସୁଅ ଆରମ୍ଭ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମାନଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ନୂଆଁଖାଇ ଆମ କୃଷିଭିତ୍ତିକ ଜନଜୀବନର ଏକ ମହାନ ପର୍ବ । ଦେଶର କୃଷକ ଭାଇଭଉଣୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଏହା ଏକ ବିଶେଷ ଅବସର ବୋଲି ରାଷ୍ଟ୍ରପତି ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି,‘‘ପଶ୍ଚିମ-ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର । ମା’ ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହ ଜଗତର କଲ୍ୟାଣ କାମନା କରୁଛି ।’’

ମାଟି ଓ ମଣିଷର ଆଦିପର୍ବ ନୂଆଁଖାଇ, ପରମ୍ପରା ଓ ସଂସ୍କୃତିର ପ୍ରତୀକ ଓ ସନାତନ ଧର୍ମ ର ମୂଳତତ୍ତ୍ୱ ‘ବସୁଧୈବ କୁଟୁମ୍ବକମ୍’ ର ବାର୍ତ୍ତାବହ ହେଉଛି ଆମର ଗଣ ପର୍ବ ନୂଆଁଖାଇ ବୋଲି ରାଜ୍ୱସ ମନ୍ତ୍ରୀ ସୋସିଆଲ ମିଡ଼ିଆରେ ନିଜର ଶୁଭେଚ୍ଛା ଜଣାଇଛନ୍ତି।ବଲାଙ୍ଗିର ପୋଲିସ ତରଫରୁ ମଧ୍ୟ ନୁଆଁଖାଇ ଉପଲକ୍ଷେ ଶୁଭେଚ୍ଛା ଜଣାଯାଇଛି।

 

 

 

Leave A Reply

Your email address will not be published.