thelifelinemedia
Latest Odisha News, Breaking News Today

ବଢ଼ିଲା ଚିନ୍ତା, ମଣିଷ ଦେହରେ ବାର୍ଡ ଫ୍ଲୁ!

ଭୁବନେଶ୍ୱର: ମଣିଷ ଶରୀରରେ ବାର୍ଡ ଫ୍ଲୁ ! ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ଏବେ ଆତଙ୍କ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ପୁଣି ଏକ ବଡ ଖବର ସାମ୍ନାକୁ ଆସିଛି । ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ଏବେ ବାର୍ଡ ଫ୍ଲୁ ରୋଗ ଆତଙ୍କ ସୃଷ୍ଟି କରିଛି । ହଜାର ହଜାର ସଂଖ୍ୟାରେ କୁକୁଡା ମରାଚାଲିଛି । ସ୍ବାସ୍ଥ୍ୟ ବିଭାଗ ଟିମ୍ ଏବଂ ଆଶା କର୍ମୀ ଫାର୍ମଗୁଡିକୁ ଚିହ୍ନଟ କରି କୁକୁଡା ମରା ଅଭିଯାନ ଜାରି ରଖିଥିବା ବେଳେ ସତର୍କ କରାଉଛନ୍ତି ।

ପିପିଲି ବ୍ଲକ ମଙ୍ଗଳପୁରର ଜଣେ ବ୍ୟକ୍ତିଙ୍କ ଶରୀରରେ ବାର୍ଡ ଫ୍ଲୁ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଟ୍ବିଟ୍‌ କରି ଏଭଳି ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ । ଯାହାକୁ ନେଇ ଚିନ୍ତା ବଢିଛି । ମଣିଷ ଶରୀରରେ ବାର୍ଡ ଫ୍ଲୁ ! ମଙ୍ଗଳପୁରରେ ଜଣେ ମଣିଷ ଦେହରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟକୁ ଆସିଛି। ପିପିଲି ଓ ସତ୍ୟବାଦୀରେ ସର୍ଭେଲାନ୍ସ ବଢାଇ ଦିଆଯାଇଛି। ୧ କିଲୋମିଟର ଭିତରେ ଓ ୧ ରୁ ୧୦ କିମି ଭିତରେ ଦୁଇ ଥାକିଆ ସର୍ଭେଲାନସ କରାଯାଇଛି। ଖବର ସରବରାହ ସଂସ୍ଥ୍ୟା ANIକୁ ଦେଇଥିବା ଇଣ୍ଟରଭ୍ୟୁରେ ବାର୍ଡ ଫ୍ଲୁ ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ରକ୍ତ ନମୁନା RMRCକୁ ପଠାଯାଇଛି । ପରୀକ୍ଷଣ ଚାଲିଛି । ତେବେ ରିପୋର୍ଟ ଆସିବା ପରେ ବାର୍ଡ ଫ୍ଲୁ ନେଇ ସ୍ପଷ୍ଟ ଜଣାପଡିବ ।

Leave A Reply

Your email address will not be published.