ମାଟି ତଳୁ ଚାଲିଛି ଜୀବନ ସନ୍ଧାନ, ବଢୁଛି ମୃତ୍ୟୁ ସଂଖ୍ୟା

ବ୍ୟୁରୋ:କେରଳରେ ପ୍ରକୃତି କୋପରେ ବଢୁଛି ମୃତ୍ୟୁ ସଂଖ୍ୟା। ୨୭୬ରେ ପହଂଚିଲାଣି ମୃତ୍ୟୁ ସଂଖ୍ୟା।ତିନି ତିନି ଥର ଭୂସ୍ଖଳନ ଘଟିବା ଫଳରେ ୱାୟନାଡ଼ର ୪ ଗାଁ ଧ୍ବଂସସ୍ତୁପରେ ପରିଣତ ହୋଇଛି। ଆଜି ପ୍ରବଳ ବର୍ଷା ହେଉଛି କେରଳରେ। ଉଦ୍ଧାର କାର୍ଯ୍ୟରେ ବାଧା ଉପୁଯାଉଛି ବର୍ଷା। ସମସ୍ତ ପ୍ରତିକୂଳ ପରିସ୍ଥିତିର ସାମ୍ନା କରି ଉଦ୍ଧାର କାର୍ଯ୍ୟ ଚାଲିଛି। ମାଟି ତଳୁ ଶବ ବୁହା ଚାଲିଛି। ଯେଉଁଠି ଦେଖିଲେ ଶବ ପଡିଛି।ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା ରହିଛି। ପ୍ରବଳ ବର୍ଷା ସାଙ୍ଗକୁ ମାତ୍ର ୪ ଘଣ୍ଟା ମଧ୍ୟରେ ତିନି ତିନି ଭୂସ୍ଖଳନ ଘଟି ଶତାଧିକ ଲୋକଙ୍କ ମୃତ୍ୟୁ ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟାନକ ପରିସ୍ଥିତି ସୃଷ୍ଟି କରିଛି।
ୱାୟନାଡ ଜିଲାରେ ସୋମବାର ବିଳମ୍ବିତ ରାତିର ଭୂସ୍ଖଳନ ହାହାକାର ସୃଷ୍ଟି କରିଛି। ରାତିରେ ଲୋକେ ଶୋଇଥିବା ସମୟରେ ମାଟି ଅତଡ଼ା ଧସି ଥିଲା। କେହି କିଛି ବୁଝିବା ଆଗରୁ ସବୁ କିଛି ସରିଗଲା।ଅନେକ ଲୋକ ନଦୀ ସ୍ରୋତରେ ଭାସିଯାଇଛନ୍ତି। ଏପରି କି ଘଟଣାସ୍ଥଳଠାରୁ ୧୦ରୁ ୨୦ କିମି ଦୂରରେ କେତେକଙ୍କ ମୃତଦେହ ଉଦ୍ଧାର ହୋଇଛି। ଅନେକ ସ୍ଥାନରେ ଲୋକଙ୍କ ଖଣ୍ଡ ବିଖଣ୍ଡିତ ଶରୀର ଓ କେତେକ ସ୍ଥାନରେ ଶରୀରର ବିଭିନ୍ନ ଅଂଶକୁ ଠାବ କରାଯାଇଛି; ତେଣୁ ମୃତ୍ୟୁସଂଖ୍ୟା ଆକଳନ କଷ୍ଟକର ହୋଇପଡିଥିବା