thelifelinemedia
Latest Odisha News, Breaking News Today

ବିଶ୍ୱକପ ଟ୍ରଫି ସହିତ ରାହୁଲ ଦ୍ରାବିଡ଼ଙ୍କ ସ୍ମରଣୀୟ ବିଦାୟ

ନୂଆଦିଲ୍ଲୀ:ବିଶ୍ଵକପ ଟ୍ରଫି ସହିତ ଟିମ ଇଣ୍ଡିଆରୁ ବିଦାୟ ନେଇଛନ୍ତି ଭାରତୀୟ ଦଳର ମୁଖ୍ୟ କୋଚ ରାହୁଲ ଦ୍ରାବିଡ଼।ପ୍ରଶିକ୍ଷକ ହିସାବରେ ରାହୁଲ ଦ୍ରାବିଡ଼ଙ୍କ କାର୍ଯ୍ୟକାଳ ସରିଛି। ଖେଳ ଜୀବନରେ ରାହୁଲ ଟ୍ରଫି ହାତେଇବାର ସୌଭାଗ୍ୟ ପାଇନଥିଲେ କିନ୍ତୁ ପ୍ରଶିକ୍ଷକ ବା କୋଚ ହିସାବରେ ତାଙ୍କୁ ଟ୍ରଫି ତୋଳିଧରିବାର ସୋଭାଗ୍ୟ ମିଳିଛି। ଫାଇନାଲ ଲଢେଇ ଦିନ ଟିମ ଇଣ୍ଡିଆ ସହିତ ଦ୍ରାବିଡ଼ଙ୍କ ଥିଲା ଶେଷ ଦିନ।ଆଉ ଭାରତୀୟ ଖେଳାଳି ଟ୍ରଫି ସହିତ ଗୁରୁ ଦକ୍ଷିଣା ଦେଇ ରାହୁଲଙ୍କୁ ବିଦାୟ ଦେଇଛନ୍ତି।

୨୦୨୩ରେ ଦିନିକିଆ ବିଶ୍ଵକପ ହେବାର ନିକଟତର ହୋଇଥିଲା ଭାରତ । ହେଲେ ଟ୍ରଫି ଛଡାଇ ନେଇଥିଲା ଅଷ୍ଟ୍ରେଲିଆ। ସେହି ସମୟରେ ରାହୁଲ ଥିଲେ ଦଳର ମୁଖ୍ୟ କୋଚ। ପରେ ତାଙ୍କ କାର୍ଯ୍ୟକାଳକୁ ବଢ଼ାଯାଇଥିଲା। ଶେଷରେ ରାହୁଲଙ୍କ ଇଛା ପୂରଣ କରିଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଟିମ ବିଶ୍ୱ ବିଜେତା ହେବା ପରେ ରାହୁଲ ଦ୍ରାବିଡ଼ ଖୁସିରେ ଆତ୍ମହରା ହୋଇପଡ଼ିଥିଲେ। ଦୁଇ ହାତରେ ଟ୍ରଫିକୁ ଧରି ନିଜ ଖୁସି ଜାହିର କରିଥିଲେ ରାହୁଲ। ଆଖିରେ ଥିଲା ଖୁସିର ଲୁହ। ନିଜ କ୍ରିକେଟ ଜୀବନ କାଳ ମଧ୍ୟରେ ରାହୁଲ କେବେ ଟ୍ରଫି ଜିତିବାର ସୁଯୋଗ ପାଇ ନାହାନ୍ତି। କିନ୍ତୁ ଭାରତୀୟ ଟିମର ପ୍ରଶିକ୍ଷକ ହିସାବରେ ଟ୍ରଫି ଜିତିବା ସ୍ବପ୍ନକୁ ସାକାର କରିଛନ୍ତି।

Leave A Reply

Your email address will not be published.