thelifelinemedia
Latest Odisha News, Breaking News Today

ନୂଆ ସରକାରର ପ୍ରଶାସନିକ କଳେବର

ଭୁବନେଶ୍ୱର:ମୋହନ ସରକାରର ପ୍ରଶାସନିକ କଳେବର। ନୂଆ ସରକାରର ପ୍ରସାଶନିକ ମୁଖିଆ ଭାବେ ମନୋଜ ଆହୁଜା ଦାୟିତ୍ୱ ନେବା ସହିତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ବା ସିଏମଓର ହୋଇଛି ନବ କଳେବର। ବରିଷ୍ଠ ଆଇଏଏସ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅତିରିକ୍ତ ମୁଖ୍ୟ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି। ବରିଷ୍ଠ ଓଏଏସ ଅଧିକାରୀ ଦେବୀ ପ୍ରସାଦ ମିଶ୍ର ମୁଖ୍ୟମନ୍ତ୍ରୀଙ୍କର ଡେପୁଟି ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା ବେଳେ ଓଏଏସ ଅଧିକାରୀ ତ୍ରିଲୋଚନ ମହାନ୍ତି ଯୁଗ୍ମ ସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିଭଳି ବରିଷ୍ଠ ଓଏଏସ ଅଧିକାରୀ ଚିତ୍ରସେନ ରାଉତ ମୁଖ୍ୟମନ୍ତ୍ରୀଙ୍କର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ହୋଇଛନ୍ତି। ଆଜିଠାରୁ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଜନ ଶୁଣାଣି ଆରମ୍ଭ କରିଛନ୍ତି।

ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି ବରିଷ୍ଠ ଆଇଏଏସ ଅଫିସର ମନୋଜ ଆହୁଜା। ଏହାପରେ ସଚିବ ସ୍ତରରେ ବଡ଼ ଧରଣର ଅଦଳ ବଦଳ ହେବାର ସମ୍ଭାବନା ରହିଛି। ପ୍ରମୁଖ ସଚିବ ଓ ବିଭାଗୀୟ ମୁଖ୍ୟ ସଚିବ ମଧ୍ୟ ବଦଳିବାର ସମ୍ଭାବନା ରହିଛି। ତେବେ ଆଗକୁ ରଥଯାତ୍ରା ଥିବାରୁ ରଥଯାତ୍ରା ପୂର୍ବରୁ କିମ୍ବା ତା ପରେ ଏହି ଅଦଳ ବଦଳ ହୋଇ ପାରେ। ରଥଯାତ୍ରା ପୂର୍ବରୁ ଅଦଳ ବଦଳ କଲେ ଶ୍ରୀମନ୍ଦିର ପ୍ରଶାସନକୁ ଛାଡି ଅନ୍ୟ ବିଭାଗ ଗୁଡିକରେ ସଚିବ ମାନଙ୍କର ଅଦଳ ବଦଳ ହୋଇପାରେ। ରାଜ୍ୟରେ ଏବେ ସ୍ଥାୟୀ ଡିଜି ପୋଲିସ ନଥିବାରୁ ରାଜ୍ୟ ସରକାର ସ୍ଥାୟୀ ଡିଜିପି ମଧ୍ୟ ନିଯୁକ୍ତି କରିବେ। ସ୍ଥାୟୀ ଡିଜି ନିଯୁକ୍ତି ପରେ ପରେ ପୋଲିସ ବିଭାଗର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗର ନିର୍ଦ୍ଦେଶକ ସହିତ ରେଞ୍ଜ ଆଇଜି ଡ଼ିଆଇଜି ସ୍ତରରେ ମଧ୍ୟ ଅଦଳ ବଦଳ ହେବ। ଏହା ସହିତ ଜିଲ୍ଲା ସ୍ତରରେ ଜିଲ୍ଲାପାଳ ଓ ଏସପି ମାନଙ୍କ ମଧ୍ୟରେ ରାଜ୍ୟ ସରକାର ଅଦଳ ବଦଳ କରିବାର ଅନେକ ସମ୍ଭାବନା ରହିଛି। ତେବେ ଆଗକୁ ପ୍ରସାଶନିକ ସ୍ତରରେ କେମିତି ପରିବର୍ତ୍ତନ ବା ଅଦଳ ବଦଳ ହେଉଛି ତା ଉପରେ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.