ସ୍ମୃତି ଇରାନୀ ହୋଇପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧକ୍ଷ!

ନୂଆଦିଲ୍ଲୀ:ବିଜେପିର ନୂଆ ରାଷ୍ଟ୍ରୀୟ ଅଧକ୍ଷ କିଏ ହେବେ ? କାହା ଉପରେ ଭରଷା କରିବ ଦଳ? ସେ ଉତ୍ତର ଅଗଷ୍ଟ ସୁଦ୍ଧା ଜଣାପଡିବ। ବିଜେପି ଶିବିରରୁ ଆସିଥିବା ସୂଚନା ଅନୁସାରେ ଦଳ ନୂଆ ଅଧକ୍ଷଙ୍କୁ ନେଇ ବିଚାର ବିମର୍ଶ କରୁଛି। ଅଧକ୍ଷ ରେସରେ ସବୁଠାରୁ ଆଗରେ ଅଛଣ୍ଟି ବିଜେପିର ଫାୟାର ବ୍ରାଣ୍ଡ ନେତ୍ରୀ ସ୍ମୃତି ଇରାନୀ। ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି ସ୍ମୃତି। ବିଜେପି ଆଜି ପର୍ୟ୍ୟନ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ କୌଣସି ମହିଳା ଚେହେରାଙ୍କୁ ଦଳ ସୁଯୋଗ ଦେଇନାହିଁ । ଅନ୍ୟପଟେ ସ୍ମୃତି ଦଳର ଜଣେ ଫାୟାରବ୍ରାଣ୍ଡ ଚେହେରା ହୋଇ ମଧ୍ୟ ଆମେଠିରୁ ହାରିଛନ୍ତି। ସେପଟେ ଦଳ ନାରୀ ସଶକ୍ତିକରଣ କଥା କହୁଥିବାବାରୁ ସ୍ମୃତିଙ୍କୁ ନେଇ ବଡ଼ ନିଷ୍ପତି ନେଇପାରେ। ତେବେ ସ୍ମୃତିଙ୍କ ବ୍ୟତୀତ ଅନ୍ୟ ହେଭିୱେଟ ନେତାମାନେ ମଧ୍ୟ ରେସରେ ଅଛନ୍ତି। ଅନୁରାଗ ଠାକୁରଙ୍କୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି। ଏଥର ଯିଏ ବି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ ତାଙ୍କ ଆଗରେ ବହୁ ଚାଲେଞ୍ଜ ରହିବ। ୨୦୨୯ର ଭିଜନକୁ ଦେଖି କାମ କରିବାକୁ ପଡିବ। ୨୦୨୪ ନିର୍ବାଚନରେ ଦଳକୁ ଆଶାତୀତ ସଫଳତା ମିଳିନାହିଁ। ବିଜେପି ୪୦୦ ପାର ନାରା ଫେଲ ମାରିଛି। ତେଣୁ ତାକୁ ୨୦୨୯ରେ ପ୍ରତିଫଳିତ କରିବା ପାଇଁ ରାଷ୍ଟ୍ରୀୟ ଅଧକ୍ଷଙ୍କ ଗୁରୁ ଦାୟିତ୍ୱ ରହିବ। ଏବେ ଜେପି ନଡ୍ଡା ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱରେ ଅଛନ୍ତି। ମୋଦୀଙ୍କ ତୃତୀୟ କାଳରେ ନଡ୍ଡାଙ୍କୁ ସ୍ବାସ୍ଥ୍ୟମନ୍ତ୍ରୀ ଦାୟିତ୍ବ ଦିଆଯାଇଛି। ଦୁଇ ଦୁଇଟା ଦାୟିତ୍ବ ଦୁଲାଉଥିବାରୁ ନଡ୍ଡାଙ୍କ ଉପରେ ଅଧିକ ଚାପ ପଡୁଥିବା ହେତୁ ଦଳ ଖୁବ୍ ଶୀଘ୍ର ନୂଆ ଅଧ୍ୟକ୍ଷ ଚୟନ କରିବାକୁ ଚିନ୍ତା କରୁଛି।