ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ: ସୀମା ପୁନଃ ନିର୍ଦ୍ଧାରଣ ଓ ମହିଳା ସଂରକ୍ଷଣ ବିଲ୍ ଆଗତ ସମ୍ଭାବନା
ନଭେମ୍ୱର ୩୦ ତାରିଖରେ ଲୋକସଭାରେ ସ୍ବତନ୍ତ୍ର ଅଧିବେଶନ ବସିବ। ସେହିପରି ଡିସେମ୍ୱର ୨ ତାରିଖରେ ବସିବ ରାଜ୍ୟସଭାର ଦିନିକିଆ ଅଧିବେଶନ
ନୂଆଦିଲ୍ଲୀ:ବସିବ ସଂସଦର ସ୍ୱତନ୍ତ୍ର ଅଧିବେଶନ। ଦିନିକିଆ ଅଧିବେଶନ ପାଇଁ ତାରିଖ ଘୋଷଣା ହୋଇଛି। ନଭେମ୍ୱର ୩୦ ତାରିଖରେ ଲୋକସଭାରେ ସ୍ବତନ୍ତ୍ର ଅଧିବେଶନ ବସିବ। ସେହିପରି ଡିସେମ୍ୱର ୨ ତାରିଖରେ ବସିବ ରାଜ୍ୟସଭାର ଦିନିକିଆ ଅଧିବେଶନ। ଏହା ପୂର୍ବରୁ ଆଜି ଅପରାହ୍ନରେ କେନ୍ଦ୍ର କ୍ୟାବିନେଟ୍ର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ।
ସରକାର ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବା ପରେ ବଢ଼ିଲା ଚର୍ଚ୍ଚା
– ନଭେମ୍ୱର ୩୦ରୁ ଡିସେମ୍ୱର ୩ ଯାଏଁ ସ୍ୱତନ୍ତ୍ର ଅଧିବେଶନ ଚାଲିପାରେ
– ଏହା ମୂଳତଃ ମୌସୁମୀ ଅଧିବେଶନର ଏକ ସମ୍ପ୍ରସାରଣ
– ସ୍ୱତନ୍ତ୍ର ଅଧିବେଶନରେ ଡିଲିମିଟେସନ ଓ ମହିଳା ସଂରକ୍ଷଣ ବିଲ ଆଗତ ସମ୍ଭାବନା
– ପୂର୍ବରୁ ଏହି ଦୁଇ ବିଲ୍ ସଂସଦରେ ଆଲୋଚନା ପରେ ଖାରଜ ହୋଇଥିଲା
– ସେ ସମୟରେ ସମ୍ବିଧାନ ସଂଶୋଧନ ପାଇଁ ଆବଶ୍ୟକୀୟ ଦୁଇ-ତୃତୀୟାଂଶ ବହୁମତ ସରକାରଙ୍କର ନଥିଲା
– ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟ ସଂପାଦନ ପାଇଁ ଅଧିବେଶନ ଡାକିଥିବା କହିଛନ୍ତି ରିଜିଜୁ
– ସମ୍ୱିଧାନ ଦିବସରେ ଅମିତ ଶାହା ମହିଳା ସଂରକ୍ଷଣ ପ୍ରସଙ୍ଗ ଉଠାଇ ରାହୁଲ ଉପରେ ବର୍ଷିଥିଲେ
– କେନ୍ଦ୍ର ଗୃହମନ୍ତ୍ରୀ କହିଥିଲେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧିନ ସରକାରକୁ କେହି ଅଟକାଇପାରିବେ ନାହିଁ
– ଚର୍ଚ୍ଚା ହେଉଛି ସରକାର ସ୍ୱତନ୍ତ୍ର ଅଧିବେଶନରେ ସୀମା ପୁନଃନିର୍ଦ୍ଧାରଣ ବିଲ ଆଗତ କରିପାରନ୍ତି
– ଆନୁଷ୍ଠାନିକ ଭାବେ ମୌସୁମୀ ଅଧିବେଶନ ସମାପ୍ତ ହୋଇନଥିବାରୁ ସରକାର ନୂଆ ଯୋଜନା କରିଛନ୍ତି
– ତିନି ଦିନଆ ସ୍ୱତନ୍ତ୍ର ଅଧିବେଶରେ ସୀମା ପୁନଃନିର୍ଦ୍ଧାରଣ ଏଜେଣ୍ଡା ଉପରେ ଆଲୋଚନା ସମ୍ଭାବନା
– ଏନସିପି ନେତ୍ରୀ ସୁପ୍ରିୟା ସୁଲେ କହିଛନ୍ତି ଦେଶର ଗୁରୁତ୍ୱପର୍ଣ୍ଣ ବିଲକୁ ସମର୍ଥନ ଦେବାକୁ ଅସୁବିଧା ନାହିଁ
– ସେପଟେ ଡିଏମକେ ଇଣ୍ଡି ମେଟ ବୈଠକରେ ସାମିଲ ହୋଇନଥିବାରୁ ଷ୍ଟାଲିନଙ୍କ ଆଭିମୁଖ୍ୟ ଉପରେ ନଜର
– ଡିଲିମିଟେସନ ବିଲକୁ ନେଇ ଏହା ବିରୋଧୀ ମେଣ୍ଟର ଫାଟ ବୋଲି ଗଣମାଧ୍ୟମରେ ଚର୍ଚ୍ଚା
ଡିଲିମିଟେସନ ବିଲ ବହୁମତ ଆବଶ୍ୟକ । ସଂସଦର ଦୁଇ-ତୃତୀୟାଂଶ ବହୁମତ ଦରକାର ପଡେ। ଏନଡିଏ ସରକାରର ଅଛି ୩୧୯ ଭୋଟ୍ ।କେବଳ ବିଜେପି ସାଂସଦ ସଂଖ୍ୟା ୨୪୧ ରହିଛି ଟିଏମସିର ୨୦ ସାଂସଦଙ୍କ ସମର୍ଥନ ରହିଛି। ଏନସିପିର ୮ ସାଂସଦ ସମର୍ଥନ ସମ୍ଭାବନା । ଡିଏମକେର ୨୨ ଜଣ ସାଂସଦ ଯୋଡ଼ିହେଲେ । ଏନଡିଏର ମୋଟ ସଂଖ୍ୟା ୩୫୦କୁ ଛୁଇଁବ । ଯାହା ଆବଶ୍ୟକ ସଂଖ୍ୟାଠାରୁ ୧୦ଟି କମ୍ ରହିବ।