thelifelinemedia
Latest Odisha News, Breaking News Today

ଧରାପଡ଼ିଲେ ନକ୍ସଲ ନେତା ଚନ୍ଦର ସମେତ ସଂଗଠନର ୫ ସଦସ୍ୟ, ଜଣେ ଖସି ପଳାଇଲା

ଦୁର୍ବଳ ହୋଇଯାଇଥିବା ସଂଗଠନକୁ ବଳ ଦେବା ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କ ସହ ବୈଠକ କରିବାକୁ ଚନ୍ଦର ସମେତ ଅନ୍ୟମାନଙ୍କ ଯୋଜନା ରହିଥିଲା। ତେବେ ପୁଲିସକୁ ଏ ସମ୍ପର୍କରେ ଗୁପ୍ତ ସୂଚନା ମିଳିଥିଲା

ମାଲକାନଗିରି: ଦେଶରୁ ପ୍ରାୟତଃ ମୂଳପୋଛ ହୋଇଥିବା ନକ୍ସଲ ସଂଗଠନକୁ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ବସ୍ତର ଜଙ୍ଗଲରେ ପୁଣି ସଂଗଠିତ କରିବାକୁ ଉଦ୍ୟମ ହେଉଥିଲା। ଏଥିପାଇଁ ମୁଣ୍ଡ ଉପରେ ୮ଲକ୍ଷ ଟଙ୍କା ପୁରସ୍କାର ଥିବା ଡିଭିଜନାଲ୍‌ କମିଟି ସଦସ୍ୟ ଚନ୍ଦର କତଲାମ ସଦସ୍ୟ ଯୋଗାଡ଼ କରୁଥିଲା। କିନ୍ତୁ ଛତିଶଗଡ଼ ପୁଲିସର ମିଳିତ ଅଭିଯାନରେ ଚନ୍ଦର ସମେତ ୫ ନକ୍ସଲ ଧରାପଡ଼ିଛନ୍ତି।

ଦୁର୍ବଳ ହୋଇଯାଇଥିବା ସଂଗଠନକୁ ବଳ ଦେବା ଉଦ୍ଦେଶ୍ୟରେ ଗ୍ରାମବାସୀଙ୍କ ସହ ବୈଠକ କରିବାକୁ ଚନ୍ଦର ସମେତ ଅନ୍ୟମାନଙ୍କ ଯୋଜନା ରହିଥିଲା। ତେବେ ପୁଲିସକୁ ଏ ସମ୍ପର୍କରେ ଗୁପ୍ତ ସୂଚନା ମିଳିଥିଲା। ଏହାପରେ ମେଣ୍ଡ୍ରା ଅଞ୍ଚଳରେ ପୁଲିସ ଚଢ଼ଉ କରି ଚନ୍ଦର କତଲାମ, ପଡ଼ା କାକାନାର ଏରିଆ କମାଣ୍ଡର ମଙ୍ଗଲୁ, ମନୀଷ ପରଚାପୀ, ରମସିଲା ଓ ସନକୀକୁ ଗିରଫ କରିଛି।ଚନ୍ଦର ମୁଣ୍ଡରେ ୮ଲକ୍ଷ ପୁରସ୍କାର ରହିଥିବା ବେଳେ ଅନ୍ୟ ମାଓବାଦୀ ସଦସ୍ୟଙ୍କ ମୁଣ୍ଡରେ ମୋଟ ୧୨ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। କାଙ୍କେର ଜିଲ୍ଲାର ଗୋଣ୍ଡାହୁର ଥାନାକୁ ଆଣି ପୁଲିସ ପଚରାଉଚରା କରୁଛି। କିନ୍ତୁ ଏହି ଚଢ଼ଉରେ ପୁଲିସକୁ ଚକମା ଦେଇ ମଙ୍ଗେଶ ଫେରାର ହୋଇଯାଇଛି। ତାକୁ ଧରିବା ପାଇଁ ପୁଲିସର ତଲାସୀ ଅଭିଯାନ ଜାରି ରହିଛି।

Leave A Reply

Your email address will not be published.