thelifelinemedia
Latest Odisha News, Breaking News Today

ସୀମା ପୁନଃନିର୍ଦ୍ଧାରଣ ବିଲକୁ ସମର୍ଥନ କରିବ କି ବିଜେଡି: ଆସନ୍ତାକାଲି ବୈଠକ ଡାକିଲେ ନବୀନ

ବିଲ୍‌କୁ ବିଜେଡି ସମର୍ଥନ କରିବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଗତ ଏପ୍ରିଲରେ ଦଳ ବିଲ୍‌କୁ ସମର୍ଥନ କରିନଥିବା ବେଳେ ଏଥର ନିଜ ଆଭିମୁଖ୍ୟ ବଦଳାଇପାରେ ବୋଲି ଚର୍ଚ୍ଚା ହେଉଛି

ଭୁବନେଶ୍ୱର: ଆସନ୍ତାକାଲି ଲୋକସଭାରେ ଆଗତ ହେବ ସୀମା ପୁନଃନିର୍ଦ୍ଧାରଣ ବିଲ୍ । ବିଲ୍ ଉପସ୍ଥାପନ ପାଇଁ ସୁପାରିଶ କରିସାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଲୋକସଭାରେ ବିଲ୍‌କୁ ପାରିତ କରିବା ପାଇଁ ୩୬୦ ସଂଖ୍ୟାର ଲକ୍ଷ୍ୟ ନେଇ ରଣନୀତି ପ୍ରସ୍ତୁତ କରୁଛି ଏନ୍‌ଡିଏ । ଏଥିପାଇଁ ବିଭିନ୍ନ ଆଞ୍ଚଳିକ ଦଳର ସମର୍ଥନ ଯୋଗାଡ଼ରେ ଲାଗିପଡ଼ିଛି ଶାସକ ମେଣ୍ଟ ।

ସୂଚନା ଅନୁସାରେ, ଷ୍ଟାଲିନଙ୍କ ଡିଏମ୍‌କେ ଓ କେସିଆର୍‌ଙ୍କ ବିଆର୍‌ଏସ୍‌ ବିଲ୍‌କୁ ସମର୍ଥନ ଘୋଷଣା କରିସାରିଛନ୍ତି । ସେହିପରି ଏନ୍‌ସିପି (ଶରଦ ପାୱାର ଗୋଷ୍ଠୀ) ମଧ୍ୟ ସମର୍ଥନର ସଙ୍କେତ ଦେଇଛି । ଏହି ଦଳଗୁଡ଼ିକର ସମର୍ଥନ ପରେ ଏବେ ଅନ୍ୟ ଆଞ୍ଚଳିକ ଦଳଗୁଡ଼ିକର ଆଭିମୁଖ୍ୟ ଉପରେ ନଜର ରହିଛି । ସଂଖ୍ୟା ବଳ ମଜଭୁତ କରିବାକୁ ଛୋଟ ଛୋଟ ଆଞ୍ଚଳିକ ଦଳଗୁଡ଼ିକୁ ନିଜ ସପକ୍ଷରେ ଆଣିବାକୁ ଉଦ୍ୟମ ଜାରି ରଖିଛି ଏନ୍‌ଡିଏ ।

ଅନ୍ୟପଟେ ଓଡ଼ିଶାରେ ମଧ୍ୟ ଡିଲିମିଟେସନ୍ ବିଲ୍‌କୁ ନେଇ ରାଜନୀତି ସରଗରମ ହୋଇଛି । ବିଲ୍‌କୁ ବିଜେଡି ସମର୍ଥନ କରିବ କି ନାହିଁ, ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି। ଗତ ଏପ୍ରିଲରେ ଦଳ ବିଲ୍‌କୁ ସମର୍ଥନ କରିନଥିବା ବେଳେ ଏଥର ନିଜ ଆଭିମୁଖ୍ୟ ବଦଳାଇପାରେ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.