thelifelinemedia
Latest Odisha News, Breaking News Today

କିମ୍ବଦନ୍ତୀଙ୍କ ବିଦାୟ:ଟି ୨୦ କ୍ରିକେଟରୁ ଅବସର ନେଲେ ରୋହିତ ଓ ବିରାଟ

ବ୍ୟୁରୋ:ବିଶ୍ୱ ବିଜୟୀ ହେବାକୁ ଥିଲା ଅପେକ୍ଷା। ଟ୍ରଫି ହାତେଇବା ସହିତ ସୁଖଦ ବିଜୟ।ବିଶ୍ୱକପ୍ ବିଜୟ ପରେ ଟି-୨୦ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ବିରାଟ କୋହଲି ଓ ରୋହିତ ଶର୍ମା । ଫାଇନାଲ ମ୍ୟାଚ ଜିତିବା ପରେ ଏହି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି ଦୁଇ କିମ୍ବଦନ୍ତୀ ଖେଳାଳି । ଅବସର ପାଇଁ ସବୁଠୁ ଏହା ଭଲ ସମୟ ବୋଲି ରୋହିତ କହିଛନ୍ତି। ବିଶ୍ଵକପ ବିଜୟ ଥିଲା ଏକମାତ୍ର ସ୍ବପ୍ନ ଯାହା ପୂରଣ ହୋଇଛି। ସାମ୍ବାଦିକ ସମ୍ମିଳନୀରେ ରୋହିତ କହିଥିଲେ ଫାଇନାଲ ମ୍ୟାଚ ମୋର ଶେଷ ଟି ୨୦ ଅନ୍ତର୍ଜାତୀୟ ମ୍ୟାଚ ଥିଲା। ଏହି ଫର୍ମାଟରେ ଖେଳିବା ସମୟରେ ପ୍ରତିଟି ମୁହୂର୍ତ୍ତକୁ ସେ ଉପଭୋଗ କରିଥିବା କହିଛନ୍ତି। ୨୦୦୭ରେ ଟି ୨୦ ବିଶ୍ୱକପ ଜରିଆରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲି ଏବେ ଟ୍ରଫି ସହିତ ଏ ଯାତ୍ରା ଶେଷ କରୁଛି ବୋଲି ଅଧିନାୟକ ରୋହିତ ଶର୍ମା କହିଛନ୍ତି।

କିଙ୍ଗ କୋହଲି କହିଛନ୍ତି ଏହା ଥିଲା ମୋର ଶେଷ ଟି ୨୦ ବିଶ୍ୱକପ। ଦଳ ପାଇଁ ଯାହା ଆବଶ୍ୟକ ଥିଲା ତାହା କରିଛି। ଏହା ମୋର ଦେଶ ପାଇଁ ଶେଷ ଟି ୨୦। ବିଶ୍ୱକପ ହାତରେ ତୋଳି ଧରିବାକୁ ଚାହୁଁଥିଲି। ସମୟ ଆସିଛି ପରବର୍ତ୍ତୀ ପିଢ଼ିଙ୍କୁ ବାଟ ଛାଡିବାର। ରୋହିତ ଏବଂ କୋହଲିଙ୍କୁ ଆଉ ଟି ୨୦ ଫର୍ମାଟରେ ଦେଖିବାକୁ ମିଳିବନି କିନ୍ତୁ ଦୁହିଁଙ୍କ କ୍ରିକେଟ ପ୍ରତି ଅବଦାନ ସବୁଦିନ ପାଇଁ ମନେ ରହିବ।

Leave A Reply

Your email address will not be published.