ଟି ୨୦ ବିଶ୍ୱକପ: ଭାରତ ବିଶ୍ୱ ବିଜୟୀ

ବ୍ୟୁରୋ:ଇତିହାସ ରଚିଲା ଭାରତ। ୨୦୦୭ ପରେ ଦୀର୍ଘ ୧୭ବର୍ଷର ଟ୍ରଫି ମରୁଡିରେ ପୂର୍ଣ୍ଣଛେଦ ପଡିଛି।ଦ୍ୱତୀୟ ଥର ଟି୨୦ ବିଶ୍ୱକପ ବିଜୟୀ ହୋଇଛି ବ୍ଲୁ ଇନ ମେନ। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ବହୁ ପ୍ରତିକ୍ଷୀତ ଟ୍ରଫି ହାତେଇଛି ଦଳ। ରୋମାଞ୍ଚକର ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ହରାଇ ଦ୍ୱିତୀୟ ଥର ଟି୨୦ ବିଶ୍ୱକପ ବିଜୟୀ ହୋଇଛି ଭାରତ। ଦଳ ଶେଷ ଥର ପାଇଁ ୨୦୧୧ରେ ଦିନିକିଆ ବିଶ୍ୱକପ ଜିତିଥିଲା । ବର୍ତ୍ତମାନ ୧୭ବର୍ଷ ପରେ ଟି -୨୦ବିଶ୍ୱକପ୍ ଟାଇଟଲ୍ ଜିତିଛି
ଭାରତ।ଏଥିସହିତ ଭାରତ ଚତୁର୍ଥ ଥର ପାଇଁ କୌଣସି ବିଶ୍ୱକପ ଜିତିଛି। ଶନିବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଫାଇନାଲ ମୁକାବିଲାରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରିଛି। ଏହି ବିଜୟ ପରେ ୧୫୦ କୋଟି ଭାରତୀୟ ଉତ୍ସବମୁଖର ହୋଇଛନ୍ତି।ସବୁଠି ଚାଲିଛି ସେଲିବ୍ରେସନ। ଭାରତୀୟ ଟିମର ସଫଳତାରେ ଖୁସି ମନାଉଛନ୍ତି ସମସ୍ତେ।
୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ ରନ କରି ଆଉଟ ହୋଇଥିଲେ । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ଟ୍ରଷ୍ଟାନ ଷ୍ଟବସ୍ ଏକ ଭଲ ପାର୍ଟନରସିପ କରି ପାଳିକୁ ସମ୍ଭାଳିଥିଲେ । ଷ୍ଟବସ ୩୧ ରନ କରି ଆଉଟ ହେବା ପରେ ଡିକକ୍ ଓ ହେନରିକ କ୍ଲାସେନଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ହୋଇଥିଲା ।ଗୋଟେ ସମୟରେ ଲାଗୁଥିଲା କ୍ଲାସେନ ଭାରତଠାରୁ ମ୍ୟାଚ ଛଡାଇ ନେଲେ ବୋଲି।କିନ୍ତୁ ହାର୍ଦ୍ଧିକ ପାଣ୍ଡ୍ୟାଙ୍କ ଶିକାର ହୋଇଥିଲେ କ୍ଲାସେନ। ପରେ ବୁମରା,ଅର୍ଶଦୀପ ଓ ଶେଷ ଓଭରରେ ଦାୟିତ୍ୱବାନ ବୋଲିଂ ବଳରେ ଭାରତ ବିଜୟ ଲାଭ କରିଥିଲା। ବିରାଟ କୋହଲି ମ୍ୟାନ ଅଫ ଦ ପ୍ଲେୟାର ବିବେଚିତ ହୋଇଥିବା ବେଳେ ଯଶପ୍ରୀତ ବୁମରା ପ୍ଲେୟାର ଅଫ ଦ ଟୁର୍ନାମେଣ୍ଟ ହୋଇଥିଲେ।