thelifelinemedia
Latest Odisha News, Breaking News Today

ହେମନ୍ତ ସୋରେନଙ୍କୁ ମିଳିଲା ଜାମିନ

ଝାଡଖଣ୍ଡ:ଝାଡ଼ଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ନେତା ହେମନ୍ତ ସୋରେନଙ୍କୁ ଆଶ୍ବସ୍ତି ମିଳିଛି।ବେଆଇନ ଜମି କାରବାର ମାମଲାରେ ଝାଡଖଣ୍ଡର ପୂର୍ବତନ ମୁଖ୍ଯମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଜାମିନ ମିଳିଲା । ହେମନ୍ତଙ୍କୁ ଜାମିନ ପ୍ରଦାନ କଲେ ଝାଡ଼ଖଣ୍ଡ ହାଇକୋର୍ଟ। ବେଆଇନ ଜମି କାରବାର ମାମଲାରେ ସୋରେନଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୨୦୨୪ ଜାନୁଆରୀ ୧୬ରୁ ୨୦ ମଧ୍ୟରେ ହାଜର ହେବା ଲାଗି ଅଷ୍ଟମ ଥର ଲାଗି ସମନ ଜାରି ହୋଇଥିଲା। ଶେଷ ଥର ଲାଗି ଗତ ଜାନୁଆରୀ ୨୯ରେ ନବମ ଥରରେ ସୋରେନ ହାଜର ନହେବା ପରେ ତାଙ୍କୁ ଗତ ଜାନୁଆରୀ ୩୧ରେ ଗିରଫ କରିଥିଲା ଇଡି। ତେବେ ଆଗକୁ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ରହିଛି। ତା ପୂର୍ବରୁ ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ଦଳ ପାଇଁ ଏକ ବଡ଼ ଆଶ୍ୱସ୍ତିକର ଖବର ବୋଲି କୁହାଯାଉଛି।

ଅନ୍ୟପଟେ ହେମନ୍ତ ସୋରେନଙ୍କୁ ଜାମିନ ମିଳିବା ପରେ ଖୁସି ବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ମମତା ବାନାର୍ଜୀ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି | ମମତା ବାନାର୍ଜୀ ଟ୍ୱିଟରରେ ଲେଖିଛନ୍ତି, “ଜଣେ ଗୁରୁତ୍ୱପୂର୍ଣ୍ଣ ଆଦିବାସୀ ନେତା ତଥା ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ଏକ ମାମଲା ହେତୁ ଇସ୍ତଫା ଦେବାକୁ ପଡିଥିଲା, କିନ୍ତୁ ଆଜି ତାଙ୍କୁ ମାନ୍ୟବର ହାଇକୋର୍ଟରୁ ଜାମିନ ମିଳିଛି। ଏହି ଘଟଣା ସେ ବହୁତ ଖୁସି ବୋଲି ସୋସିଆଲ ମିଡିଆ ପ୍ଲାଟଫର୍ମରେ କହିଛନ୍ତି।

Leave A Reply

Your email address will not be published.