thelifelinemedia
Latest Odisha News, Breaking News Today

ଟି-୨୦ ବିଶ୍ୱକପ: ଫାଇନାଲ ଟିକେଟ ହାତେଇଲା ଦକ୍ଷିଣ ଆଫ୍ରିକା

ବ୍ୟୁରୋ:ଟି-୨୦ ବିଶ୍ୱକପରେ ପ୍ରଥମ ଟିମ ଭାବେ ଫାଇନାଲକୁ ଗଲା ଦକ୍ଷିଣ ଆଫ୍ରିକା। ପ୍ରଥମ ଥର ଏହି ଦଳ ଟି-୨୦ ବିଶ୍ୱକପ ଫାଇନାଲ ଖେଳିବାକୁ ଯାଉଛି। ପ୍ରଥମ ସେମିଫାଇନାଲ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ଆଫଗାନିସ୍ତାନ ବିପକ୍ଷରେ ସହଜ ବିଜୟ ହାସଲ କରି ଫାଇନାଲରେ ପ୍ରବେଶ କରିଛି। ଆଫଗାନିସ୍ତାନର ୫୭ ରନର ଲକ୍ଷ୍ୟକୁ ଦକ୍ଷିଣ ଆଫ୍ରିକା ମାତ୍ର ୮.୫ ଓଭରରେ ହାସଲ କରିବାରେ ସଫଳ ହୋଇଛି । ଏଥିସହିତ ବିଶ୍ବକପ୍ ଇତିହାସରେ ଦଳ ପ୍ରଥମ ଥର ପାଇଁ ଫାଇନାଲରେ ପହଞ୍ଚିଛି । ତେବେ ଦ୍ୱିତୀୟ ସେମି ଫାଇନାଲ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ବେଳେ ଏହି ମ୍ୟାଚର ବିଜୟୀ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭେଟିବ ।

ପ୍ରଥମ ସେମି ଫାଇନାଲ ମ୍ୟାଚ ଏକତରଫା ମ୍ୟାଚ ଥିଲା। ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ସହଜ ଥିଲା।ଆଫଗାନିସ୍ତାନ ଅଧିନାୟକ ରସିଦ ଖାନ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଦଳ ଉପରେ ବ୍ୟାକଫାୟାର କରିଥିଲା। ଆଫଗାନିସ୍ତାନର ୱିକେଟ୍ ପ୍ରଥମରୁ ଓଭରରୁ ଖସିଯିବାକୁ ଲାଗିଲା। ଗୋଟିଏ ପରେ ଗୋଟିଏ ୱିକେଟ୍ ଖସିବାକୁ ଲାଗିଲା। ପାୱାର ପ୍ଲେରେ ଆଫଗାନିସ୍ତାନ ଦଳ ୫ ୱିକେଟ୍ ହରାଇଥିଲା। ଫଳରେ ଦଳ ୫୭ ରନରେ ସୀମିତ ରହିଥିଲା।

Leave A Reply

Your email address will not be published.