thelifelinemedia
Latest Odisha News, Breaking News Today

ବଦଳିବ ମେକ ଇନ ଓଡିଶା ନାଁ.. ଉତ୍କଳ ଇନଭେଷ୍ଟ ସମିଟ ଆଣିବ ବିଜେପି ସରକାର

ଭୁବନେଶ୍ୱର:ବଦଳିବ ମେକ ଇନ୍ ଓଡ଼ିଶା କନକ୍ଲେଭର ନାମ। ନୂଆ ନାମ ହେବ ଉତ୍କଳ ଇନଭେଷ୍ଟ ସମିଟ ।ଏ ନେଇ ଆଜି ଇସାରା ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ।ରାଜ୍ୟ ସରକାର ଆୟୋଜନ କରିବେ ଉତ୍କଳ ଇନଭେଷ୍ଟ ସମିଟ। ଅଧିକ ପୁଞ୍ଜି ନିବେଶ ଆଣିବାକୁ ରାଜ୍ୟ ସରକାର ଉତ୍କଳ ଇନଭେଷ୍ଟ ସମିଟ ଆୟୋଜନ କରିବେ। ରାଜ୍ୟରେ ଅଢେଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ଆଣିବାକୁ ଯୋଜନା କରାଯାଇଛି । ଉତ୍କଳ ଇନଭେଷ୍ଟ ସମିଟ ଜରିଆରେ ଏହି ପୁଞ୍ଜିନିବେଶ ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଉତ୍କଳ ଇନଭେଷ୍ଟ ସମିଟ ଆୟୋଜନ ନେଇ ସରକାର ଚିନ୍ତା କରୁଥିବା କହିଛନ୍ତି ମନ୍ତ୍ରୀ। ଏ ନେଇ ଆଗକୁ ସ୍ପଷ୍ଟ ସୂଚନା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ତେବେ ପୂର୍ବରୁ ଅଧିକ ପୁଞ୍ଜିନିବେଶ ଆଣିବା ଲକ୍ଷ୍ୟରେ ବିଜେଡି ସରକାର ମେକ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ କରି ଆସୁଥିଲା । ତେବେ ଉତ୍କଳ ଇନଭେଷ୍ଟ ସମିଟ, ମେକ୍ ଇନ୍ ଓଡ଼ିଶା କନକ୍ଲେଭର ନୂଆ ନାମ କି ବୋଲି ପ୍ରଶ୍ନରେ ମନ୍ତ୍ରୀ କହିଛନ୍ତି, ଏହା ଆଗକୁ ହେବ ବୋଲି ମନ୍ତ୍ରୀ ଇସାରା ଦେଇଛନ୍ତି।

Leave A Reply

Your email address will not be published.