thelifelinemedia
Latest Odisha News, Breaking News Today

ଡାକ୍ତରଖାନାରେ ଭର୍ତ୍ତି ହେଲେ ଆଡ଼ଭାନୀ

ନୂଆଦିଲ୍ଲୀ:ବିଜେପିର ବରିଷ୍ଠ ତଥା ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲ କୃଷ୍ଣ ଆଡଭାନୀ ଅସୁସ୍ଥ। ଅସୁସ୍ଥ ହେବା ପରେ ତ‌ାଙ୍କୁ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ (ଏମ୍ସ) ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ବର୍ତ୍ତମାନ ଅବଜରଭେସନରେ ରଖା ଯାଇଛି। ଡାକ୍ତରୀ ଟିମ ତାଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।୯୬ ବର୍ଷୀୟ ନେତାଙ୍କୁ ଦିଲ୍ଲୀର ଏମ୍ସ ବିଭାଗର ବାର୍ଦ୍ଧକ୍ୟ ବିଭାଗର ଡାକ୍ତରଙ୍କ ତତ୍ତ୍ବାବଧାନରେ ରଖାଯାଇଛି।

ଗତବର୍ଷ ତାଙ୍କୁ ଭାରତର ସର୍ବୋଚ୍ଚ ପଦରେ ସମ୍ମାନିତ କରାଯାଇଥିଲା। ଭାରତ ରତ୍ନ ସମ୍ମାନରେ ଆଡ଼ଭାନୀଙ୍କୁ ସମ୍ମାନିତ କରାଯାଇଛି।ଭାରତ ରତ୍ନ ଗ୍ରହଣ ବେଳକୁ ବି ଆଡ୍‌ଭାନୀ ଅସୁସ୍ଥ ଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭାରତର ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କ ଘରକୁ ଯାଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ‌ଘରେ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନୀତ କରିଥିଲେ। ଏକାଧିକ ଥର ବିଜେପିର ସଭାପତି ଥିଲେ ଆଡ଼ଭାନୀ। ଜୁନ୍ ୨୦୦୨ରୁ ମେ ୨୦୦୪ ପର୍ଯ୍ୟନ୍ତ ଭାରତର ଉପପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ଅକ୍ଟୋବର ୧୯୯୯ରୁ ମେ ୨୦୦୪ ପର୍ଯ୍ୟନ୍ତ କେନ୍ଦ୍ର ଗୃହମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଆଡ଼ଭାନୀ ଏବେ ହସ୍ପିଟାଲରେ ଭର୍ତ୍ତୀ ହୋଇଛନ୍ତି। ତାଙ୍କ ଆସୁ ଆରୋଗ୍ୟ କାମନା କରିଛନ୍ତି ସମସ୍ତେ।

Leave A Reply

Your email address will not be published.