ଓଡ଼ିଶା-ଛତିଶଗଡ଼ ଜଳ ବିବାଦ.. ରାଜସ୍ୱ ମନ୍ତ୍ରୀ କହିଲେ ଏମିତି କଥା

-ଭୁବନେଶ୍ୱର: ଜଳ ବିବାଦର ସମାଧାନ ପାଇଁ ବିଗତ ୨୪ ବର୍ଷ ଭିତରେ ତତ୍କାଳୀନ ସରକାର କୌଣସି ଉଚିତ ପଦକ୍ଷେପ ନେଇ ନାହାନ୍ତି। ଏହାର ସମାଧାନ ପାଇଁ ଏକାଧିକ ପ୍ଲାଟଫର୍ମ ଥିବା ସତ୍ତ୍ୱେ ବିଜେଡି ସରକାର କୌଣସି ଚେଷ୍ଟା କଲେ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ଅନ୍ତ ରାଜ୍ୟ ଜଳ ବିବାଦର ସମାଧାନ ପାଇଁ ଗଠିତ ଉଆଟର ଟ୍ରିବ୍ୟୁନାଲରେ ନିଜର ପକ୍ଷ ସଠିକ ଢଙ୍ଗରେ ଉପସ୍ଥାପନ କଲେ ନାହିଁ ପୂର୍ବ ସରକାର, ସେଣ୍ଟ୍ରାଲ ଉଆଟର କମିଶନ। ଏମିତିକି ଉଭୟ ରାଜ୍ୟ ଭତରେ ଆପୋଷ ଆଲୋଚନା, କେନ୍ଦ୍ର ସରକାରଙ୍କ ସହାୟତା ନେବା ଆଦି କୌଣସି ପ୍ରଚେଷ୍ଟା କଲେ ନାହିଁ ବିଜେଡି ସରକାର। ଏବେ ଆମେ ସବୁ ପଦକ୍ଷେପ ଗ୍ରହଣ କରିବୁ ବୋଲି ସୁରେଶ ପୂଜାରୀ କହିଛନ୍ତି।
ଜଳ ନିୟନ୍ତ୍ରଣକୁ ମେକାନାଇଜ କରାଯିବ। ବନ୍ୟା ପରିସ୍ଥିତି ଏବଂ ଜଳ ଅଭାବ ଦୂର କରିବା ପାଇଁ ଉଦ୍ୟମ କରାଯିବ। ତା ସହିତ ରାଜସ୍ୱ ଆଇନର ସରଳିକରଣ କରାଯିବ। ଏଥିରେ ସଂସ୍କାର ଆଣିବା ପାଇଁ ଚେଷ୍ଟା କରାଯିବ।ଏହି ବିଭାଗକୁ ସମ୍ପୂର୍ଣ୍ଣ ଦୁର୍ନୀତି ମୁକ୍ତ କରିବା ପାଇଁ ଉଦ୍ୟମ କରାଯିବ। ଦଦାଲ ରାଜ୍ ଖତମ କରାଯିବ। ଦଲାଲଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ନିର୍ଦିଷ୍ଟ ସାର୍ଟିଫିକେଟ କିପରି ନିର୍ଦିଷ୍ଟ ସମୟରେ ମିଳି ପାରିବ ସେ ନେଇ ବ୍ୟବସ୍ଥା କରାଯିବ। ରାଜସ୍ୱ ସେବାକୁ ଅଧିକ ଲୋକାଭିମୁଖୀ କରାଯିବ। ଆମେ ବିପର୍ଯ୍ୟସ୍ତ ମୁକାବିଲା ପାଇଁ ଅଧିକ ଅଧ୍ୟୟନ ଆରମ୍ଭ କରିଛୁ। ବାଲି ମାଫିଆ ରାଜ୍ ବନ୍ଦ କରିବା ପାଇଁ ମଧ୍ୟ ଖଣି ବିଭାଗ ସହିତ ଆଲୋଚନା କରାଯାଇଛି ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି।