thelifelinemedia
Latest Odisha News, Breaking News Today

କଟକରେ ନୋ ପାର୍କିଙ୍ଗ ଜୋନ.. ଲାଗିଲା ଫାଇନ.. ଗାଡି ଉଠାଇନେଲା ପୋଲିସ

କଟକ :କଟକରେ ଲାଗୁ ହେଲା ଟ୍ରାଫିକ କଟକଣା। ସହରର ପ୍ରମୁଖ ୧୯ଟି ରୁଟ ବା ରାସ୍ତାକୁ ‘ନୋ ପାର୍କି ଜୋନ’ ଘୋଷଣା କଲା କମିଶନରେଟ ପୋଲିସ। ହାଇକୋର୍ଟଙ୍କ ନିର୍ଦେଶକ୍ରମେ ବୁଧବାର ଠାରୁ ନୋ ପାର୍କି ଜୋନ’ ଘୋଷଣା ହୋଇଥିବା ରୁଟରେ ବେଆଇନ ଭାବେ ପାର୍କିଂ ହୋଇ ଥିବା ଗାଡି ଗୁଡିକ ଉପରେ ଫାଇନ ଲଗାଇବା ସହ ଅନେକ ଗାଡିକୁ ଉଠାଇ ନେଇଛି ପୋଲିସ। ସେପଟେ ପାର୍କିଂ ପାଇଁ ବିକଳ୍ପ ବ୍ୟବସ୍ଥାନ କରି ପ୍ରଶାସନ ପକ୍ଷରୁ ନିଆଯାଉ ଥିବା ଏହି ପଦକ୍ଷେପକୁ ନେଇ ସହରବାସୀ ତଥା ବ୍ୟବସାୟୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଥମ ଥର ନିୟମ ଉଲଂଘନ କଲେ ୫ଶହ ଟଙ୍କା ଓ ଦ୍ଵିତୀୟ ଥର ଖିଲାପି କଲେ ୧୫ ଶହ ଟଙ୍କା ଫାଇନ ଆଦାୟ ହେବ। ସେପଟେ ସହରରେ ପାର୍କିଂ ପାଇଁ ବିକଳ୍ପ ବ୍ୟବସ୍ଥା ନ କରି ପ୍ରଶାସନ ପକ୍ଷରୁ ନିଆଯାଉ ଥିବା ଏହି ପଦକ୍ଷେପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ସହରବାସୀ ତଥା ବ୍ୟବସାୟୀ। ଏପରି କରାଗଲେ ଲୋକେ ନିଜ ଘର ଆଗରେ ମଧ୍ୟ ନିଜ ଗାଡି ରଖି ପାରିବେ ନାହିଁ ଏବଂ ବ୍ୟବସାୟ କରିବା ମଧ୍ୟ୍ୟ ଅସମ୍ଭବ ହେବ ବୋଲି ଲୋକେ କହିଛନ୍ତି।

କଟକ ସହରର ଅଧିକାଂଶ ରାସ୍ତାଘାଟ ସଂକୀର୍ଣ୍ଣ। ଏହା ଉପରେ ରାସ୍ତା କଡ଼ରେ ବେଆଇନ ପାର୍କିଂ ହେବା ଯୋଗୁଁ ରାସ୍ତାରେ ଯାନବାହାନ ଚଳାଚଳ କରିବାରେ ସମସ୍ୟା ସୃଷ୍ଟି ହେଉଛି। ଫଳସ୍ୱରୂପ ଅନେକ ସମୟରେ ଟ୍ରାଫିକ ଯାମ ଭଳି ସ୍ଥିତି ଉପୁଜୁଛି। ପର୍ବପର୍ବାଣୀ ସମୟରେ ସ୍ଥିତି ଅସମ୍ଭାଳ ହେଉଛି। ଏହାକୁ ନେଇ ରୁଜୁ ହୋଇ ଥିବା ମାମଲାର ଶୁଣାଣି କରି ହାଇକୋର୍ଟ ପୋଲିସ ଉପରେ ବିରକ୍ତି ପ୍ରକାଶ କରିବା ସହ ରାସ୍ତାରୁ ବେଆଇନ ପାର୍କିଂ ହଟାଇବା ପାଇଁ ନିର୍ଦେଶ ଦେଇଛନ୍ତି। କେବଳ ଦିନେ ଅଧେ ନୁହେଁ ବରଂ ସହରର ରାସ୍ତା କଡ଼କୁ ବେଆଇନ ପାର୍କିଂ ମୁକ୍ତ ରଖିବା ପାଇଁ ନିୟମିତ ଭାବେ କାର୍ଯ୍ୟ କରିବା ପାଇଁ ମଧ୍ୟ କୋର୍ଟ ତାଗିଦ କରିଛନ୍ତି। ଏପରିକି ଯଦି କୌଣସି ଅଂଚଳରେ ଏହାର ଖିଲାପି ହୁଏ ତେବେ ସେହି ଅଂଚଳର ଥାନାଧିକାରୀଙ୍କ ଠାରୁ ପାର୍କିଂ ମୁକ୍ତ ରଖିବା ପାଇଁ ପୂର୍ଵରୁ ହୋଇ ଥିବା ଖର୍ଚ୍ଚ ବହନ କରାଯିବ ବୋଲି ମଧ୍ୟ କୋର୍ଟ କହିଛନ୍ତି। ତେବେ କୋର୍ଟଙ୍କ ନିର୍ଦେଶକୁ ଅକ୍ଷର ଅକ୍ଷରେ ପାଳନ କରାଯିବ ବୋଲି କହିଛି ପୋଲିସ।

Leave A Reply

Your email address will not be published.