thelifelinemedia
Latest Odisha News, Breaking News Today

ବାଜି ମାରିଲେ ଓମ ବିର୍ଲା.. ପୁଣି ଥରେ ହେଲେ ବାଚସ୍ପତି

ନୂଆଦିଲ୍ଲୀ:ପୁଣି ଥରେ ଲୋକସଭା ବାଚସ୍ପତି ହେଲେ ଓମ ବିର୍ଲା।

ସଂସଦର ପ୍ରଥମ ଅଗ୍ନିପରୀକ୍ଷାରେ ପାସ୍‌ ହୋଇଛି ମୋଦି ସରକାର ।୧୮ତମ ଲୋକସଭାର ବାଚସ୍ପତି ନିର୍ବାଚନରେ ବାଜି ମାରିଲେ ଓମ୍‌ ବିର୍ଲା।ଏନଡିଏ ପ୍ରାର୍ଥୀ ଓମ ବିର୍ଲା ପୁଣି ଥରେ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି।ବାଚନିକ ଭୋଟରେ ଓମ ବିର୍ଲା ନୂଆ ବାଚସ୍ପତି ଭାବେ ଚୟନ ହୋଇଛନ୍ତି। ଅଷ୍ଟାଦଶ ଲୋକସଭାରେ ବାଚସ୍ପତି ଦାୟିତ୍ବ ତୁଲାଇଛନ୍ତି ଓମ ବିର୍ଲା । ଦ୍ବିତୀୟ ଥର ବାଚସ୍ପତି ଭାବେ ନିର୍ବାଚିତ ହୋଇଥିବାରୁ ଓମ ବର୍ଲାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହା ଗୃହର ସୌଭାଗ୍ୟ ଯେ ଆପଣ ଦ୍ବିତୀୟ ଥର ଆସନରେ ବସିଛନ୍ତି । ଆପଣଙ୍କୁ ଓ ସମଗ୍ର ଗୃହକୁ ଏଥିପାଇଁ ଅଭିନନ୍ଦନ। ଓମ ବିର୍ଲାଙ୍କ କାର୍ଯ୍ୟଶୈଳୀ ଯୁବ ସାଂସଦଙ୍କୁ ପ୍ରେରଣା ଦେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଭାଜପା ନେତୃତ୍ୱାଧୀନ ଏନଡିଏ ପୂର୍ବତନ ବାଚସ୍ପତି ଓମ ବିର୍ଲାଙ୍କୁ ଅଷ୍ଟାଦଶ ଲୋକ ସଭାର ବାଚସ୍ପତି ପ୍ରାର୍ଥୀ ଚୟନ କରିଥିଲା । ତେବେ ବିରୋଧୀ ଦଳଗୁଡ଼ିକୁ ଏନେଇ ସହମତିରେ ଆଣିବାରେ ଶାସକ ଦଳ ବିଫଳ ହୋଇଥିଲା । ବିରୋଧୀ ମେଣ୍ଟ ପକ୍ଷରୁ ବରିଷ୍ଠ କଂଗ୍ରେସ ଏମ୍‌ପି କୋଡିକୁନିଲ ସୁରେଶଙ୍କୁ ପ୍ରାର୍ଥୀ ମନୋନୀତ କରାଯାଇଥିଲା। ଆଜି ବାଚନିକ ଭୋଟରେ ଓମ ବିର୍ଲା ବାଜି ମାରି ନେଇଛନ୍ତି। ଦ୍ୱିତୀୟ ଥର ପାଇଁ ଲୋକସଭାର ବାଚସ୍ପତି ହୋଇଛନ୍ତି।

Leave A Reply

Your email address will not be published.