thelifelinemedia
Latest Odisha News, Breaking News Today

ମନୋଜ ଆହୁଜା ରାଜ୍ୟର ପରବର୍ତ୍ତୀ ମୁଖ୍ୟ ସଚିବ

ଭୁବନେଶ୍ୱର:ବରିଷ୍ଠ ଆଇଏଏସ୍ ଅଫିସର ମନୋଜ ଆହୁଜା ହେବେ ମୁଖ୍ୟ ଶାସନ ସଚିବ।ଓଡ଼ିଶା ଫେରାଇବା ନେଇ କ୍ୟାବିନେଟ କମିଟିର ମଂଜୁରୀ ପରେ ଏହାକୁ ନେଇ ଚର୍ଚ୍ଚା ଜୋରଦାର ହୋଇଛି।ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଂଜୁରୀ ଦେଲା କ୍ୟାବିନେଟ୍ର ନିଯୁକ୍ତି କମିଟି।ସରିବାକୁ ଯାଉଛି ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ କାର୍ଯ୍ୟକାଳ । ଆସନ୍ତା 30 ତାରିଖରେ ପ୍ରଦୀପ ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବ । ତେଣୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ କିଏ ହେବେ, ସେନେଇ ଚର୍ଚ୍ଚା ଓ ଆଲୋଚନା ଜାରି ରହିଛି । ଏହି ରେସରେ ଅନେକ ବରିଷ୍ଠ ଅଧିକାରୀ ରହିଥିଲେ ମଧ୍ୟ ମନୋଜ ଆହୁଜାଙ୍କ ନାଁ ଏବେ ସର୍ବଆଗରେ ରହିଛି।୧୯୯୦ ବ୍ୟାଚର ଆଇଏଏସ ହେଉଛନ୍ତି ମନୋଜ ଆହୁଜା । ବର୍ତ୍ତମାନ ସେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ସଚିବ ପଦରେ ଅଛନ୍ତି । ମନୋଜଙ୍କୁ ଓଡ଼ିଶା ଫେରାଇବା ନେଇ କ୍ୟାବିନେଟ କମିଟିରେ ମଞ୍ଜୁରୀ ହୋଇଛି । ରାଜ୍ୟ ସରକାରଙ୍କ ଆବେଦନ ଆଧାରରେ ମଞ୍ଜୁରୀ ଦେଇଛି କ୍ୟାବିନେଟ ।ଶ୍ରୀ ଆହୁଜା ଏବେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଛନ୍ତି ।ଶ୍ରୀ ଆହୁଜା ଚଳିତବର୍ଷ ଡିସେମ୍ବରରେ ସରକାରୀ ଚାକିରିରୁ ଅବସର ନେବେ । ଅବଶ୍ୟ ତାଙ୍କର କାର୍ଯ୍ୟକାଳକୁ ରାଜ୍ୟ ସରକାର ପରବର୍ତ୍ତୀ ସମୟରେ ବୃଦ୍ଧି କରିପାରନ୍ତି । ସେହିପରି ପୁଲିସ ପ୍ରଶାସନର ମୁଖ୍ୟ ଭାବେ ଅରୁଣ କୁମାର ଷଡ଼ଙ୍ଗୀଙ୍କୁ ସ୍ଥାୟୀ ଡିଜି ପଦବୀରେ ନିଯୁକ୍ତି ମଧ୍ୟ ମିଳିବାର ସମ୍ଭାବନା ରହିଛି।

Leave A Reply

Your email address will not be published.