ସୁଭଦ୍ରା ଯୋଜନା: କେମିତି କରିବେ ଆବେଦନ ? କଣ ରହିବ ଡକ୍ୟୁମେଣ୍ଟ ?

ଭୁବନେଶ୍ୱର:ସୁଭଦ୍ରା ଯୋଜନାକୁ ନେଇ ମହିଳାଙ୍କ ଭିତରେ ବଢ଼ୁଛି ଉତ୍କଣ୍ଠା। ତେବେ କେମିତି କରିବେ ଆବେଦନ କେଉଁ ସବୁ ଡକ୍ୟୁମେଂଟର ପଡ଼ିବ ଆବଶ୍ୟକ ? କେଉଁମାନେ ଏହାର ଲାଭ ପାଇ ପାରିବେ ତାକୁ ନେଇ ଜୋରଦାର ଚର୍ଚ୍ଚା ଆଲୋଚନା ଚାଲିଛି।
ଏଯାବତ ଏହାର ରୂପରେଖ କିଭଳି ହେବ ସେ ନେଇ ସ୍ପଷ୍ଟ ସୂଚନା ଆସିନି । କିନ୍ତୁ କେମିତି ଆବେଦନ କରିବେ ସେନେଇ କିଛି ତଥ୍ୟ ସାମ୍ନାକୁ ଆସିଛି । ସୁଭଦ୍ରା ଯୋଜନାରେ ମହିଳାଙ୍କୁ ମିଳିବ ୫୦ ହଜାର ଟଙ୍କାର ଭାଉଚର । ଯାହାକୁ ରାଜ୍ୟର ମହିଳାଙ୍କ ପାଇଁ କରାଯାଉଛି । ତେବେ ଏହି ଯୋଜନାରେ ସାମିଲ ହେବା ପାଇଁ ଦରକାର ପଡିବ ଏସବୁ ଡକ୍ୟୁମେଂଟ । ଆଧାର କାର୍ଡ୍, ବ୍ୟାଙ୍କ୍ ଆକାଉଂଟ୍ ତଥ୍ୟ, ଠିକଣା ପ୍ରମାଣ ପତ୍ର, ମୋବାଇଲ ନମ୍ବର, ପାସପୋର୍ଟ୍ ଫଟୋ, ଆୟ ପ୍ରମାଣ ପତ୍ର, ରାସନ କାର୍ଡ । ଏସବୁ ବାଦ୍ କେଉଁମାନେ ଯୋଜନା ପାଇଁ ଯୋଗ୍ୟ? ଆବେଦନକାରୀ ଓଡି଼ଶାର ବାସିନ୍ଦା ହୋଇଥିବେ ।ବିବାହିତା ମହିଳା ମାନେ ସାମିଲ ହୋଇପାରିବେ,ଗୋଟିଏ ପରିବାରରୁ ଜଣେ ମାତ୍ର ସାମିଲ ହୋଇପାରିବେ, ଅବିବାହିତ ମହିଳା ହୋଇପାରିବେନି ସାମିଲ, ମହିଳାଙ୍କ ବୟସ ୨୩ରୁ ୫୯ ମଧ୍ୟରେ ହେବା ଜରୁରୀ, ଆବେଦନକାରୀ କୌଣସି ସରକାରୀ ଚାକିରୀ କରିନଥିବେ, ଅଙ୍ଗନବାଡି଼ କର୍ମୀ ହୋଇପାରିବେ ସାମିଲ ।
ରାଜ୍ୟରେ ମୋହନ ସରକାର ଆରମ୍ଭ ହେବା ଦିନରୁ, ନିର୍ବାଚନ ସମୟରେ ଦେଇଥିବା ବିଭିନ୍ନ ପ୍ରତିଶ୍ରୁତି ପୂରଣ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ ପାଇଁ ମୋହନ ସରକାର ପ୍ରଥମ କ୍ୟାବିନେଟରେ ସୁଭଦ୍ରା ଯୋଜନାରେ ମୋହର ମାରିଛନ୍ତି । ଆଉ ୧୦୦ ଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି ।