ଗଛ ଲଗାଇଲେ ଉପମୁଖ୍ୟମନ୍ତ୍ରୀ… ବିକଶିତ ଓଡ଼ିଶାର ନୂଆ ଦିଗ ପର୍ଯ୍ୟଟନ

ଭୁବନେଶ୍ୱର:ମା ପାଇଁ ଗଛଟିଏ। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ନିଜେ ସେ ଗଛ ଲଗାଇବା ସହିତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି ଗଛ ଲଗେଇବାକୁ।
ପର୍ଯ୍ୟଟନ ବିଭାଗରେ ଆରମ୍ଭ ହୋଇଛି ଏହି କାର୍ଯ୍ୟକ୍ରମ।ବିଭାଗରେ ସମସ୍ତ କର୍ମଚାରୀ ଆଗଭର ହୋଇଛନ୍ତି ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରିବା ପାଇଁ। ସମସ୍ତେ ନିଜ ପାଇଁ ଗଛ ଲଗାଇବେ। କେବଳ ଗଛ ଲଗେଇ ଦେଲେ ହେବନି, ଗଛକୁ ବଢ଼େଇବା ଅଧିକାରୀଙ୍କ ଦାୟିତ୍ୱ ରହିବ। ଏ ସପ୍ତାହରେ ସମସ୍ତେ ୨୦୦୦ ଗଛ ଲଗାଇବେ। ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଡକ୍ୟୁମେଣ୍ଟ ପଠାହେବ । ନିଜେ ଉପମୁଖ୍ୟମନ୍ତ୍ରୀ ୨ଟି ଗଛ ଲଗାଇଛନ୍ତି । ଯେଉଁ ମା ର ସନ୍ତାନ ନାହିଁ ତାଙ୍କ ପାଇଁ ଆଉ ଗୋଟିଏ ଗଛ ଲଗାଇଛି ବୋଲି ପ୍ରଭାତି ପରିଡା କହିଛନ୍ତି।
ସେହିପରି ସୁଭଦ୍ରା ଯୋଜନାରେ ହୋଇଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି।ସୁଭଦ୍ରା ଯୋଜନା ଉପରେ କୌଣସି ଭ୍ରମିତ ଖବର ନଦେଖାଇବା ପାଇଁ ଅନୁରୋଧ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। କିଛି ପ୍ରମୁଖ ଗଣମାଧ୍ୟମରେ ମିଛ ଖବର ବୁଲୁଛି। ତାହା ଠିକ ନୁହେଁ। ଏବେ ସୁଭଦ୍ରା ଯୋଜନା ଡ୍ରାଫ୍ଟ ରେ ଅଛି। ସରକାର ଯାହା ଯୋଜନା କରିଛି ତାକୁ ଦେଖନ୍ତୁ, ଭୁଲ ଖବର ଦେଖାନ୍ତୁ ନାହିଁ। ସରକାରଙ୍କୁ ସାହାଯ୍ୟ କରନ୍ତୁ । ସୁଭଦ୍ରା ଯୋଜନାର ରୂପରେଖ ହୋଇନାହିଁ। ୧୦୦ ଦିନ ମଧ୍ୟରେ ପୁରା ଡାଇଗ୍ରାମ ଆସିବ। ରୂପରେଖ ଯାହା ଆସିବ ସେହି ଅନୁସାରେ କାର୍ଯ୍ୟ ହେବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା କହିଛନ୍ତି।ଅନ୍ୟପଟେ ପର୍ଯ୍ୟଟନ ବିଭାଗ ବିକଶିତ ଓଡ଼ିଶାରେ ଏକ ନୂଆ ଦିଗରେ ସାମିଲ ହେବ। ରୁରାଲ ଟୁରିଯିମ ବଢିଲେ ଗାଁ ଲୋକ ଲାଭବାନ ହେବ। ତାହା ଉପରେ ମଧ୍ୟ ଖସଡ଼ା ପ୍ରସ୍ତୁତ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।