ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି

କେନ୍ଦୁଝର:ଜନ୍ମମାଟି କେନ୍ଦୁଝରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତି। ସାଧାରଣ ଗରିବ ଆଦିବାସୀ ଘରର ପୁଅ। ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ କାମ କରିବି ବୋଲି ଜନ୍ମମାଟି କେନ୍ଦୁଝରରୁ ଏଭଳି ପ୍ରତିଶୃତି ଭରାକଥା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। କହିଛନ୍ତି କେନ୍ଦୁଝରର ବିକାଶ ସହ ଭାରତରେ କେନ୍ଦୁଝରକୁ ଏକ ନମ୍ବର କରିବା ଓ ନୂଆ ଓଡ଼ିଶାର ଗଠନ ନେଇ କେନ୍ଦୁଝର ଜନସାଧାରଣଙ୍କ ସହିତ ମିଶି ସେ କାମ କରିବେ।ବିଜେପି ସରକାର ଯାହା କହେ ତାହା କରେ।ଓଡ଼ିଶାରେ ବିଜେପି ସରକାର କରିବା ପରେ ମୁଖ୍ୟମନ୍ତ୍ରୀ ହେବା ପରେ ଏକ ଘଣ୍ଟା ମଧ୍ୟରେ କ୍ୟାବିନେଟ ମିଟିଂ ଡାକି ୬ ଘଣ୍ଟା ମଧ୍ୟରେ ଚାରିଦ୍ୱାର ଖୋଲିଲା। ସେହିପରି ମହିଳାଙ୍କ ପାଇଁ ବିଜେପି ସରକାର ମେନିଫେସ୍ଟରେ ସୁଭଦ୍ରା ଯୋଜନା କରିଛନ୍ତି, ବହୁତ ଶୀଘ୍ର ମା ମାନଙ୍କୁ ମିଳିବ ।୧୦୦ଦିନ ଭିତରେ ମାଙ୍କୁ ଏହି ଟଙ୍କା ମିଳିବାକୁ ଯାଉଛି। କେନ୍ଦ୍ର ସରକାର କୁଇଣ୍ଟାଲ ପିଛା ଧାନ ମୂଲ୍ୟ ୨୩୦୦ ଟଙ୍କା କେନ୍ଦ୍ର ଦେଉଥିବା ବେଳେ ଆଉ ୮୦୦ ଟଙ୍କା ରାଜ୍ୟ ଦେବା ସହିତ ଚାଷୀଙ୍କୁ ସମୁଦାୟ ୩୧୦୦ ଟଙ୍କା ଦେବା ପାଇଁ କ୍ୟାବିନେଟ ପାସ କରିଥିବା କହିଛନ୍ତି ମୋହନ ମାଝୀ। ଖୁବଶୀଘ୍ର ୩୧୦୦ଟଙ୍କାରେ ଧାନ କିଣିବେ ସରକାର। ମୋହନ ମାଝୀ ମୁଖ୍ୟମନ୍ତ୍ରୀ ନୁହେଁ ଆପଣଙ୍କର ମୁଖ୍ୟ ସେବକ ବୋଲି କହି କେନ୍ଦୁଝର ବାସୀଙ୍କ ହୃଦୟ ଜିଣିଛନ୍ତି।
ଖାଲି ସେତିକି ନୁହେଁ ପୂର୍ବ ସରକାର କେମତି କେନ୍ଦୁଝରରେ ଦୁର୍ନୀତି ହୋଇଥିଲା ତାର ଚିଠା ଖୋଲିଛନ୍ତି ମୋହନ ମାଝୀ।କେନ୍ଦୁଝରରେ ୨୫ ହଜାର କୋଟି ଟଙ୍କା ଟ୍ରେଜେରୀରେ ରହିଛି, କିନ୍ତୁ କେନ୍ଦୁଝରର ବିକାଶ ହୋଇପାରିନାହିଁ, କିନ୍ତୁ ଏବେ ଓଡ଼ିଶାରେ ବିଜେପି ସରକାର ଆସିବା ପରେ କେନ୍ଦୁଝର ହେବ ବିକାଶ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
କେନ୍ଦୁଝର ବିଭିନ୍ନ ଦୁର୍ନୀତିରେ ସମ୍ପୃକ୍ତ ଥିବା ଅଣ ଓଡିଆ ଓ କେନ୍ଦୁଝର ବାହାର ଥିବା ବ୍ୟକ୍ତି ମାନଙ୍କୁ କେନ୍ଦୁଝର ଜିଲ୍ଲା ସହିତ ଝାରପଡା ଜେଲ ସଜେଇ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୋହନ ମାଝୀଙ୍କୁ ମାରିଦେବା ପାଇଁ ବିଜେଡି ସରକାର ବୋମା ମାଡ଼ କରିଥିଲେ , କିନ୍ତୁ ମୁଁ ଡରିବା ଲୋକ ନୁହେଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ନୁହେଁ ଓଡିଶା ବାସୀଙ୍କ ମୁଖ୍ୟ ସେବକ ହୋଇ କାମ କରିବେ ବୋଲି ମୋହନ ମାଝୀ କହିଛନ୍ତି।