ସୁପର-୮ରେ ଆଜି ଭାରତ ଅଷ୍ଟ୍ରେଲିଆ ମୁକାବିଲା

ବ୍ୟୁରୋ:ଟି ୨୦ ବିଶ୍ଵକପରେ ଆଜି ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ। ସୁପର-୮ର ଏହି ମ୍ୟାଚ ବେଶ ରୋଚକ ହେବାକୁ ଯାଉଛି।ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ଭାରତ ସହ ଅଷ୍ଟ୍ରେଲିଆ ସୋମବାର ଖେଳିବାକୁ ଥିବା ସୁପର-୮ ଗ୍ରୁପ୍-୧’ ମ୍ୟାଚ୍ର ଗୁରୁତ୍ୱ ବଢ଼଼ିଯାଇଛି।ଅଷ୍ଟ୍ରେଲିଆ ପାଇଁ ଆଜିର ମ୍ୟାଚ କର ବା ମର ସ୍ଥିତି। ଭାରତ ସହ ଖେଳାଯିବାକୁ ଥିବା ଆଜିର ମ୍ୟାଚ୍ରେ ଅଷ୍ଟ୍ରେଲିଆ ବିଜୟୀ ହେଲେ ସେମିଫାଇନାଲକୁ ଉନ୍ନୀତ ହେବ। ନଚେତ ଦଳକୁ ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ।
ଅନ୍ୟପକ୍ଷରେ ଭାରତ ଆଜିର ମ୍ୟାଚ ଜିତି ସେମିକୁ ଯିବା ପାଇଁ ଲକ୍ଷ ରଖିବ। ଭାରତ ପାଇଁ ଆଜିର ମ୍ୟାଚ ସେତେଟା ରିସ୍କ ନଥିଲେ ବି ଶକ୍ତିଶାଳୀ ଅଷ୍ଟ୍ରେଲିଆ କିଛି ବି ଓଲଟ ପାଲଟ କରିପାରେ। ଅନ୍ୟପଟେ ବର୍ଷା ଆଜିର ମ୍ୟାଚରେ ବାଧକ ସାଜିପାରେ। ସେଣ୍ଟ ଲୁସିଆ ପାଣିପାଗ ବିଭାଗ ଅନୁଯାୟୀ ଏଠାରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଯଦି ବର୍ଷା ଯୋଗୁଁ ମ୍ୟାଚ ବାତିଲ ହୁଏ ତା ହେଲେ ଉଭୟ ଦଳ ୧ ପଏଣ୍ଟ ଲେଖାଏଁ ପାଇବେ।ଭାରତ ୧ପଏଣ୍ଟ ପାଇ ସେମିକୁ ଯିବ ଏବଂ ଅଷ୍ଟ୍ରେଲିଆକୁ ଆଫଗାନିସ୍ତାନ ଓ ବାଂଲାଦେଶ ମ୍ୟାଚ୍ର ଫଳାଫଳ ଉପରେ ନିର୍ଭର କରିବାକୁ ପଡ଼ିବ।