thelifelinemedia
Latest Odisha News, Breaking News Today

ପୁଣି ପୁତୁରାଙ୍କୁ ଉତ୍ତରାଧିକାରୀ କଲେ ମାୟାବତୀ

ବ୍ୟୁରୋ :ପୁତୁରାଙ୍କୁ ଭବିଷ୍ୟତ ଦାୟିତ୍ୱ। ପୁତୁରା ଚଳାଇବେ ରାଜନୈତିକ ଗୋଟି।ନିର୍ବାଚନରେ ​​ଦଳର ବିପର୍ଯ୍ୟୟ ପରେ ବିଏସପି ସୁପ୍ରିମୋ ମାୟାବତୀ ଦଳର ଅଧିକାରୀଙ୍କ ସହିତ ସମୀକ୍ଷା କରିଛନ୍ତି। ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ପରାଜୟର କାରଣ ଓ ଭବିଷ୍ୟତ ରଣନୀତି ସମୀକ୍ଷା କରିଛନ୍ତି ମାୟାବତୀ। ପୁତୁରା ଆକାଶ ଆନନ୍ଦଙ୍କୁ ଜାତୀୟ ସଂଯୋଜକ କରିଛନ୍ତି। ଏଣିକି ଆକାଶ ସବୁ ଦାୟିତ୍ୱ ତୁଲାଇବେ।
ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ରୁଦ୍ଧ ଦ୍ଵାର ବୈଠକ ହୋଇଥିଲା।
ମାୟାବତୀଙ୍କ ପୁତୁରା ଆକାଶ ଆନନ୍ଦ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଆକାଶ ତାଙ୍କ ପାଦ ଛୁଇଁ ପିୟୁସୀ ମାୟାବତୀଙ୍କ ଆଶୀର୍ବାଦ ନେଇଛନ୍ତି। ମାୟାବତୀ ପୁତୁରା ଆକାଶଙ୍କ ମୁଣ୍ଡରେ ହାତ ରଖି ତାଙ୍କ ପିଠିକୁ ଥାପୁଡେଇ ଆଶୀର୍ବାଦ କରିଛନ୍ତି।
ଲୋକସଭା ନିର୍ବାଚନ ସମୟରେ ନଜରକୁ ଆସିଥିଲେ ଆକାଶ। ସୀତାପୁରରେ ସାଧାରଣ ସଭାରେ ବିଜେପି ସରକାରଙ୍କୁ କଡ଼ା ଟାର୍ଗେଟ କରିଥିଲେ ମାୟାବତୀଙ୍କ ପୁତୁରା ଆକାଶ । ଯାହାକୁ ନେଇ ଜଟିଳ ସ୍ଥିତି ସୃଷ୍ଟି ହୋଇଥିଲା।ଏହା ପରେ ସୀତାପୁରରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ଏହି ଘଟଣା ବିଏସପି ପାଇଁ ଅଡୁଆ ସ୍ଥିତି ସୃଷ୍ଟି କରିଥିଲା।ବିଏସପି ସୁପ୍ରିମୋ ମାୟାବତୀ ଆକାଶଙ୍କୁ ଜାତୀୟ ସଂଯୋଜକ ତଥା ତାଙ୍କ ଉତ୍ତରାଧିକାରୀ ପଦରୁ ହଟାଇ ତାଙ୍କୁ ଅପରିପକ୍ୱ ବୋଲି କହିଥିଲେ। ଏବେ ପୁଣି ଥରେ ତାଙ୍କ ଉପରେ ଭରଷା କରିଛନ୍ତି ମାୟାବତୀ। ଜାତୀୟ ସଂଯୋଜକ ତଥା ତାଙ୍କ ଉତ୍ତରାଧିକାରୀ ପଦରେ ଆକାଶଙ୍କୁ ବସାଇଛନ୍ତି। ପଞ୍ଜାବ ଏବଂ ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ଉପ-ନିର୍ବାଚନ ପାଇଁ ଆକାଶଙ୍କ ରଣନୀତିରେ ଦଳ ନିର୍ବାଚନ ଲଢ଼ିବ ବୋଲି ଯୋଜନା ପ୍ରସ୍ତୁତ କରାଯାଇଛି।

Leave A Reply

Your email address will not be published.