thelifelinemedia
Latest Odisha News, Breaking News Today

କାମଚଳା ବାଚସ୍ପତି ଭାବେ ଶପଥ ନେଲେ ସାଂସଦ ଭର୍ତ୍ତୃହରି ମହତାବ

ନୂଆଦିଲ୍ଲୀ: କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାଂସଦ ଭର୍ତ୍ତୃହରି ମହତାବଙ୍କୁ କାମଚଳା ବାଚସ୍ପତି ଭାବେ ଶପଥ ପାଠ କରାଇଛନ୍ତି। ଲୋକସଭାକୁ ଲଗାତାର ୭ ଥର ନିର୍ବାଚିତ ହୋଇଛନ୍ତି। ଗତ ସାଧାରଣ ନିର୍ବାଚନରେ ସେ ଭାରତୀୟ ଜନତା ପାର୍ଟି(ଭାଜପା) ଟିକେଟରେ ଲୋକସଭାକୁ ବିଜୟୀ ହୋଇଛନ୍ତି। କାମଚଳା ବାଚସ୍ପତି ତଥା କଟକ ସାଂସଦ ଭର୍ତ୍ତୃହରି ମହତାବ ନବ ନିର୍ବାଚିତ ସାଂସଦ ମାନଙ୍କୁ ଶପଥ ପାଠ କରାଇବେ। ଦୁଇ ଦିନ ଧରି ଚାଲିବ ଏହି ପ୍ରକ୍ରିୟା।ଆଜି ପ୍ରଥମ ଦିନରେ ୨୮୦ ସାଂସଦ ଶପଥ ଗ୍ରହଣ କରିବେ। ଏହା ପରେ ୨୬ ତାରିଖରେ ବାଚସ୍ପତି ନିର୍ବାଚନ ହେବ।

ଭର୍ତ୍ତୃହରି ମହତାବଙ୍କୁ ସହଯୋଗ କରିବା ପାଇଁ କଂଗ୍ରେସର କୋଡିକୁନିଲ ସୁରେଶ, ଡିଏମକେର ଟିଆର୍ ବାଲୁ, ବିଜେପିର ରାଧା ମୋହନ ସିଂହ ଏବଂ ଫଗନ ସିଂହ କୁଲସ୍ତେ ଏବଂ ଟିଏମସିର ସୁଦୀପ ବନ୍ଦୋପାଧ୍ୟାୟଙ୍କୁ ମଧ୍ୟ ମନୋନୀତ କରାଯାଇଛି । ତେବେ ଭର୍ତ୍ତୃହରିଙ୍କ କାମଚଳା ବାଚସ୍ପତି କରାଯିବାକୁ କଂଗ୍ରେସ ସମାଲୋଚନା କରିଛି ।ଦଳ କହିଛି ସଂସଦରେ ସବୁଠାରୁ ବରିଷ୍ଠ ସାଂସଦ ଥିଲେ କେ. ସୁରେଶ । ତାଙ୍କୁ ପ୍ରୋଟେମ ସ୍ପିକର ଭାବେ ନିଯୁକ୍ତି ଦିଆଯିବାର ଥିଲା । ମାତ୍ର ଏହା କରାଗଲା ନାହିଁ। ସଂସଦୀୟ ବ୍ଯାପାର ମନ୍ତ୍ରୀଙ୍କ ଏହା ତ୍ରୁଟି । କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ କହିଛନ୍ତି, ସଂସଦୀୟ ଗଣତାନ୍ତ୍ରିକ ପ୍ରକ୍ରିୟାକୁ ହତ୍ଯା କରିବା ଲାଗି ଏହା ଏକ ପଦକ୍ଷେପ ।

Leave A Reply

Your email address will not be published.