ସାରା ରାଜ୍ୟକୁ ଛୁଇଁଲା ମୌସୁମୀ ବାୟୁ

ଭୁବନେଶ୍ୱର: ସାରା ରାଜ୍ୟକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ରାଜ୍ୟର ସବୁ ଜିଲ୍ଲାକୁ ମୌସୁମୀ ଛୁଇଁ ସାରିଛି। ୩୦ଟି ଜିଲ୍ଲାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଛି।ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି।ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ ୮ରେ ମାଲକାନାଗିରି ସମେତ ଦକ୍ଷିଣ ପ୍ରାନ୍ତର କିଛି ଜିଲ୍ଲାକୁ ଛୁଇଁଥିଲା। କିନ୍ତୁ ମୌସୁମୀ ଯେତେକି ବର୍ଷିବା କଥା ସେତିକି ବର୍ଷା ହୋଇ ନଥିଲା। କିଛି ଦିନ ପାଇଁ ମୌସୁମୀ ଆଗକୁ ମଧ୍ୟ ବଢ଼ି ପାରି ନଥିଲା। ମୌସୁମୀ ଦୁର୍ବଳ ପଡିଥିଲା। ଏବେ ସାରା ରାଜ୍ୟରେ ସକ୍ରିୟ ହୋଇଛି।ଯାହା ଫଳରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି।ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ସ୍ୱାଭାବିକ ସମୟର ଦିନକ ପରେ ସବୁ ଜିଲାକୁ ମୌସୁମୀ ଛୁଇଁଛି। ରବିବାର ବିଭିନ୍ନ ଜିଲ୍ଲାରେ ବର୍ଷା ହୋଇଥିବାବେଳେ ୨୬ରୁ ଏହାର ପରିମାଣ ବଢ଼ିବ। ଏଥିପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯିବା ସହ ୨୭ ତାରିଖରୁ ପ୍ରବଳ ବର୍ଷା ପାଇଁ ୮ ଜିଲାକୁ ୟେଲୋ ଆଲର୍ଟ ଜାରି ହୋଇଛି ।