ଆସନ୍ତାକାଲି ଠାରୁ ଲୋକସଭା ଅଧିବେଶନ.. ମୁହାଁମୁହିଁ ହେବେ ଶାସକ ଓ ବିରୋଧୀ

ନୂଆଦିଲ୍ଲୀ :ଏଥର ଲୋକସଭାର ପ୍ରାରମ୍ଭିକ ସଂସଦ ଅଧିବେଶନ ବେଶ ରୋଚକ ହେବାକୁ ଯାଉଛି। ଜୁନ୍ ୨୪ ଅର୍ଥାତ ଆସନ୍ତାକାଲି ଠାରୁ ଆରମ୍ଭ ହେବାକୁ ଯାଉଛି ଅଧିବେଶନ।ଏଥର ଦୁଇ ଗୃହରେ ଶାସକ ଏବଂ ବିରୋଧୀଙ୍କ ମଧ୍ୟରେ କଡ଼ା ମୁକାବିଲା ହେବାର ସମ୍ଭାବନା ରହିଛି। ଆରମ୍ଭରୁ ସଂସଦ ଅଚଳ ହେବାର ସମ୍ଭାବନା ରହିଛି।ବିରୋଧୀ ନିଜର କଡ଼ା ଆଭିମୁଖ୍ୟ ଦୋହରାଇବା ନେଇ ଲକ୍ଷ୍ୟ ରଖିଛନ୍ତି। ଲୋକଙ୍କ ସ୍ୱାର୍ଥ ସହ ଜଡିତ ପ୍ରସଙ୍ଗରେ ସରକାରଙ୍କ ସହ କୌଣସି ସାଲିସ୍ କରାଯିବ ନାହିଁ ବୋଲି ବିରୋଧୀ ପକ୍ଷ ସ୍ପଷ୍ଟ କରିଛନ୍ତି।ଏଥର ଲୋସଭାରେ ସଂଖ୍ୟା ଦୃଷ୍ଟିରୁ ବିରୋଧୀ ପକ୍ଷ ବଳୁଆ ହୋଇଛନ୍ତି। ଗୃହରେ ଶାସକ ଏନଡିଏର ଶକ୍ତି ୨୯୩ ଥିବାବେଳେ ବିରୋଧୀ ଶିବିରର ଶକ୍ତି ୨୩୨ ରହିଛି। ଏଭଳି ପରିସ୍ଥିତିରେ, ସାଂଖ୍ୟିକ ଶକ୍ତି ଦୃଷ୍ଟିରୁ ବିରୋଧୀ ଏଥର ସରକାରଙ୍କୁ ସମସ୍ୟାରେ ପକାଇ ପାରନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ଏହି ଅଧିବେଶନ କାଳରେ ନୂଆ ସାଂସଦମାନଙ୍କ ଶପଥ ଗ୍ରହଣ ହେବ । ଏବଂ ନୂଆ ବାଚସ୍ପତି ନିର୍ବାଚନ କରାଯିବ। ସେହିପରି ଜୁନ୍ ୨୭ରୁ ରାଜ୍ୟସଭାର ଅଧିବେଶନ ଆରମ୍ଭ ହେବ। ଏହିି ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଂସଦର ମିଳିତ ଅଧିବେଶନକୁ ସମ୍ବୋଧନ କରିବେ। ଅଷ୍ଟାଦଶ ଲୋକସଭାର ପ୍ରଥମ ଅଧିବେଶନ ଜୁନ୍ ୨୪ରୁ ଆରମ୍ଭ ହୋଇ ଜୁଲାଇ ୩ରେ ଶେଷ ହେବ ।