thelifelinemedia
Latest Odisha News, Breaking News Today

ସଂସଦ ଯିବେ ପ୍ରିୟଙ୍କା ଗାନ୍ଧୀ, ଭାଇ ରାହୁଲଙ୍କ ଆସନ ୱାଏନାଡ଼ରୁ ଲଢ଼ିବେ

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ସଂସଦକୁ ଯିବାକୁ ବାଟ ଫିଟିଲା।ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ପାଇଁ ୱାୟନାଡ ଆସନ ଛାଡ଼ିବେ ରାହୁଲ ଗାନ୍ଧୀ।ଏ ନେଇ ନିଜେ ରାହୁଲ ବିଦ୍ଧିବଦ୍ଧ ଘୋଷଣା କରିଛନ୍ତି। ରାଏବ ରେଲି ଆସନକୁ ରଖି ୱାଏନାଡ଼ ଆସନ ଛାଡିଛନ୍ତି ରାହୁଲ। ଉତ୍ତରପ୍ରଦେଶରେ ଏଥର କଂଗ୍ରେସ ଭଲ ପ୍ରଦର୍ଶନ କରିଛି। ତେଣୁ ରାଜନୈତିକ ଦୃଷ୍ଟି କୋଣରୁ ରାହୁଲ ରାଏବରେଲି ଆସନକୁ ରଖି ୱାଏନାଡ଼ ଆସନକୁ ଭଉଣୀଙ୍କ ପାଇଁ ଛାଡିଛନ୍ତି।

ରାହୁଲ କହିଛନ୍ତି ମୋର ଆତ୍ମବିଶ୍ୱାସ ଅଛି ପ୍ରିୟଙ୍କା ୱାଏନାଡ଼ରୁ ନିର୍ବାଚନ ଜିତିବେ। ୱାଏନାଡ଼ ବାସୀ ଏଠାରୁ ଦୁଇ ଜଣଙ୍କୁ ସେମାନଙ୍କ ଜନ ପ୍ରତିନିଧି ବାଛିସାରିଛନ୍ତି। ଯଦିଓ ମୋତେ ଭୋଟ ଦେଇ ୱାଏନାଡ଼ ବାସୀ ନିର୍ବାଚିତ କରିଛନ୍ତି କିନ୍ତୁ ୱାଏନାଡ଼ବାସୀଙ୍କ ହୃଦୟରେ ରହିଛନ୍ତି ପ୍ରିୟଙ୍କା। ତେଣୁ ପ୍ରିୟଙ୍କା ସେଠାରୁ ନିର୍ବଚନ ଜିତି ସଂସଦ ଯିବେ ବୋଲି ରାହୁଲ କହିଛନ୍ତି। ୨୦୧୯ ନିର୍ବାଚନ ପରଠାରୁ ପ୍ରିୟଙ୍କା ନିର୍ବାଚନ ଲଢ଼ିବାର ସମ୍ଭାବନା ଦେଖାଦେଇଥିଲା । ସେ ବାରଣାସୀରେ ମୋଦିଙ୍କୁ ଚ୍ୟାଲେଞ୍ଜ କରିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା ।କିନ୍ତୁ ଚଳିତ ନିର୍ବାଚନରେ ସେମିତି କିଛି ହେଲା ନାହିଁ। ଏବେ ସେ କେରଳରୁ ନିର୍ବାଚନ ଲଢି ସଂସଦରେ ପ୍ରବେଶ କରିବେ। ଅର୍ଥାତ ଭାଇଙ୍କ ଆସନରୁ ଲଢ଼ି ସିଧା ସଳଖ ନିର୍ବାଚନ ମଇଦାନକୁ ଓଲ୍ହାଇବେ ପ୍ରିୟଙ୍କା।

Leave A Reply

Your email address will not be published.