ନବୀନ ହେବେ ବିରୋଧୀ ଦଳ ନେତା ! ଶଙ୍ଖ ଭବନରେ ବସିବାକୁ ଯାଉଛି ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର:ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହେବେ ବିରୋଧୀ ଦଳ ନେତା। ୨୪ବର୍ଷ ଧରି ମୁଖ୍ୟମନ୍ତ୍ରୀ ରହିଆସିଥିବା ନବୀନ ଏବେ ବିରୋଧୀ ଦଳ ନେତା ହୋଇପାରନ୍ତି। ଆସନ୍ତା ୧୯ ତାରିଖରେ ଶଙ୍ଖ ଭଵନରେ ବସିବାକୁ ଯାଉଛି ବିଜେଡି ବିଧାୟକ ଦଳ ବୈଠକ। ଚର୍ଚ୍ଚା ହେଉଛି ନବୀନ ହିଁ ବିରୋଧୀ ଦଳ ନେତା ଭାବେ ସାମ୍ନାକୁ ଆସିପାରନ୍ତି
୨୪ବର୍ଷର ବିଜେଡ଼ି ସରକାରର ପତନ ହୋଇଛି । ବିଜେପି ନିରଙ୍କୁଶ ଆସନ ପାଇ ସରକାର ଗଠନ କରିସାରିଛି । ୨୪ବର୍ଷ ଧରି ରାଜ୍ୟରେ କ୍ଷମତାରେ ଥିବା ବିଜେଡି ବିରୋଧୀ ଦଳ ଭାବେ ନଜର ଆସିବ । ଦଳକୁ ମିଳିଛି ୫୧ଆସନ।ଏକ ଶକ୍ତିଶାଳୀ ବିରୋଧୀ ଦଳ ଭାବେ ରାଜ୍ୟବାସୀଙ୍କ କାମ କରିବ ବିଜେଡି। ତେଣୁ ନବୀନ ପଟ୍ଟନାୟକ ହିଁ ବିରୋଧୀ ଦଳ ନେତା ହେବା ଉଚିତ ବୋଲି ଅନେକ ବିଜେଡି ନେତା କହୁଛନ୍ତି। ମୁଖ୍ୟମନ୍ତ୍ରୀ ଥିବା ବେଳେ ଯେଉଁ ବିଚାରଧାରାରେ ନବୀନ ଶାସନ ଭାର ଚଳାଉଥିଲେ ଏବେ ବିରୋଧୀ ଦଳ ନେତା ଭାବେ ସେହି ଚିନ୍ତାଧାରାରେ କାମ କରିବେ ବୋଲି ରାଜନୈତିକ ବିସ୍ଲେଶକ କହୁଛନ୍ତି। ତେବେ ଆସନ୍ତା ୧୯ତାରିଖରେ ଜଣାପଡିବ ବିରୋଧୀ ଦଳ ନେତା କିଏ ହେଉଛନ୍ତି। ନବୀନ ପଟ୍ଟନାୟକ ନା ଆଉ କାହାକୁ ବିଜେଡି ବିରୋଧୀ ଦଳ ନେତା କରୁଛି ତାକୁ ଅପେକ୍ଷା।