thelifelinemedia
Latest Odisha News, Breaking News Today

ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ମୋଦି, ରବିବାର ସଂନ୍ଧ୍ୟାରେ ନେବେ ଶପଥ

ନୂଆଦିଲ୍ଲୀ:ମୋଦି ହେଲେ ଏନଡିଏର ନେତା। ବିଧିବଦ୍ଧ ଭାବେ ଏନଡିଏ ନେତା ଭାବେ ନିର୍ବାଚିତ ହେଲେ ନରେନ୍ଦ୍ର ମୋଦୀ ।ଦିଲ୍ଲୀ ସମ୍ବିଧାନ ଭବନରେ ଏନଡିଏ ସଂସଦୀୟ ଦଳର ବୈଠକ ବସିଥିଲା । ଯେଉଁଥିରେ ନରେନ୍ଦ୍ର ମୋଦୀଙ୍କୁ ଏନଡିଏ ମେଣ୍ଟର ନେତା ନିର୍ବାଚିତ କରାଯାଇଛି । ତେବେ ରାଜନାଥ ସିଂହ ଦଳର ବୈଠକରେ ଏହି ପ୍ରସ୍ତାବ ରଖିଥିଲେ । ଯାହାକି ସର୍ବସମ୍ମତି କ୍ରମେ ପାସ୍ ହେଇଥିଲା । ଏହି ସଂସଦୀୟ ଦଳ ବୈଠକରେ ବିଜେପିର ନବ ନିର୍ବାଚିତ ସାଂସଦଙ୍କ ସହିତ ଏନଡିଏରେ ସାମିଲ ଥିବା ବିଭିନ୍ନ ଦଳର ନେତା ସାମିଲ ଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା, ଅମିତ ଶାହ, ରାଜନାଥ ସିଂ, ଚନ୍ଦ୍ରବାବୁ ନାଇଡୁ ଏବଂ ନୀତିଶ କୁମାରଙ୍କ ସହ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ।ଏନଡିଏ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇଥିବାରୁ ମୋଦି କ୍ରମାଗତ ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।ଏଥିପାଇଁ ଏନଡିଏରେ ଥିବା ଦଳ ଗୁଡ଼ିକ ପକ୍ଷରୁ ସର୍ବସମ୍ମତିକ୍ରମେ ମୋଦିଙ୍କୁ ସେମାନଙ୍କ ନେତା ଚୟନ କରାଯାଇଛି। ଏନେଇ ଏକ ସଂକଳ୍ପ ବୈଠକରେ ପାରିତ ହୋଇଛି। ଏହି ସଂକଳ୍ପରେ ଏନଡିଏର ୨୧ ଜଣ ନେତା ଦସ୍ତଖତ କରିଛନ୍ତି।

ମୋଦି ଏନଡିଏ ନେତା ନିର୍ବାଚିତ ହେବା ପରେ ସମସ୍ତଙ୍କୁ କୃତଜ୍ଞତା ଜଣାଇ କହିଛନ୍ତି ଯେ, ଏନଡିଏ ଭାରତର ଆତ୍ମାର ପ୍ରତିବିମ୍ବ ଏବଂ ଏକ ସଫଳ ମେଣ୍ଟ । ଏନଡିଏ ଉତ୍ତମ ଶାସନ ସହ ଆଗାମୀ ୧୦ ବର୍ଷରେ ବିକାଶର ନୂଆ ଅଧ୍ୟାୟ ଲେଖିବ । ସମସ୍ତେ ମିଶି ବିକଶିତ ଭାରତ ସ୍ବପ୍ନ ସାକାର କରିବା । ଗତ ୧୦ ବର୍ଷ କେବଳ ଟ୍ରେଲର ଥିଲା । ଆଗକୁ ଆହୁରି ତୀବ୍ର ଗତିରେ ଦେଶର ବିକାଶ ପାଇଁ କାମ କରିବୁ ।
ସଂସଦୀୟ ବୈଠକ ପରେ ଏନଡିଏ ନେତାମାନେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଢିବାକୁ ଦାବି ଜଣାଇବେ । ଆସନ୍ତା ଜୁନ ୯ ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନରେ ମୋଦିଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ।

Leave A Reply

Your email address will not be published.