ଟି-୨୦ ବିଶ୍ଵକପରେ ବଡ ବିପର୍ଯ୍ୟୟ, ପାକିସ୍ତାନକୁ ହରାଇଲା ଆମେରିକା

ବ୍ୟୁରୋ :ଟି-୨୦ ବିଶ୍ଵକପ୍ ୨୦୨୪ରେ ବଡ ବିପର୍ଯ୍ୟୟ ଘଟିଛି । ଏକ ସଙ୍ଘର୍ଷପୂର୍ଣ୍ଣ ମ୍ୟାଚରେ ପାକିସ୍ତାନକୁ ହରାଇଛି ଆମେରିକା ।ପ୍ରଥମ କରି ବିଶ୍ୱକପ ଖେଳୁଥିବା ଆମେରିକା ପାଇଁ ଏହା ବଡ ଉପଲବ୍ଧି।ଡଲାସରେ ଖେଳା ଯାଇଥିବା ଟି-୨୦ ବିଶ୍ଵକପର ୧୧ତମ ମ୍ୟାଚରେ ସୁପର ଓଭରରେ ପାକିସ୍ତାନକୁ ମାତ୍ ଦେଇଛି ଆମେରିକା। ଏଥ୍ସହ ପାକିସ୍ତାନ ପରି ଦଳ ଲଜ୍ଜାଜନକ ପରାଜୟ ସହ ବିଶ୍ବକପ୍ ଅଭିଯାନ ଆରମ୍ଭ କରିଛି । ଅନ୍ୟପଟେ ଆମେରିକା କ୍ରମାଗତ ଦୁଇ ବିଜୟ ସହ ଗ୍ରୁପ ଏ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି ।
ଖେଳର ନିର୍ଣ୍ଣାୟକ ସୁପର ଓଭରରେ ଫଇସଲା ହୋଇଥିଲା। ସୁପରଓଭରରେ ପ୍ରଥମେ ବ୍ୟାଟିଂ କରି ଆମେରିକା ୧୮ ରନ ସଂଗ୍ରହ କରିଥିଲା । ଜବାବରେ ପାକିସ୍ତାନ ଏକ ୱିକେଟ୍ ହରାଇ ୧୩ ରନ କରିବାକୁ ସକ୍ଷମ ହୋଇଥିଲା । ଏହା ଚଳିତ ବିଶ୍ୱକପର ଦ୍ୱିତୀୟ ସୁପର ଓଭର ମ୍ୟାଚ୍ ଥିଲା।
ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା। ନିର୍ଦ୍ଧାରିତ ଓଭର ସୁଦ୍ଧା ପାକିସ୍ତାନ ୭ ୱିକେଟ୍ ବିନିମୟରେ ୧୫୯ ରନ କରିଥିଲା । ଦଳ ପକ୍ଷରୁ ଅଧିନାୟକ ବାବର ଆଜମ ୪୪ ରନ ଏବଂ ଶାଦାବ ଖାନ ୪୦ ରନର ଇନିଂସ ଖେଳି ପାକିସ୍ତାନ ସମ୍ମାନ ରଖେଲେ । ଶାହୀନ ଆଫ୍ରିଦି ଶେଷ ଆଡକୁ ୨୩ ରନର ଉଲ୍ଲେଖନୀୟ ଇନିଂସ ଖେଳିବାରୁ ପାକିସ୍ତାନ ୧୫୯ ରନ କରି ପାରିଥିଲା । ଜବାବରେ ଆମେରିକା ସହଜ ବିଜୟ ଲାଭ କରିଥିଲା। ଅଭିଜ୍ଞ ପାକିସ୍ତାନ ଟିମ ଆଗରେ ସହଜ ବିଜୟ ଲାଭ କରିଥିଲା. ଦଳ
୩ ୱିକେଟ୍ ହରାଇ ୧୫୯ ରନରେ ପହଞ୍ଚିଥିଲା । ଦଳ ପକ୍ଷରୁ ଅଧିନାୟକ ମୋନକ ପଟେଲ ୩୮ ବଲରୁ ୫୦ ରନର ଦମଦାର ଇନିଂସ ଖେଳିଥିଲେ । ମ୍ୟାଚ୍ ଟାଇ ହେବା ପରେ ସୁପର ଓଭରର ସହାୟତା ନିଆଯାଇଥିଲା । ଯେଉଁଥରେ ମହମ୍ମଦ ଆମିର ପାକିସ୍ତାନ ପକ୍ଷରୁ ବୋଲିଂ କରିଥିଲେ ହେଁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଯେଉଁଥିରେ ଆମେରିକା ବାଜି ମାରି ନେଇଥିଲା।