ପୁଣି ଥରେ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ପ୍ରେମ ସିଂ, ସିକ୍କିମରେ ୩୨ ଆସନରୁ ୩୧ ଆସନରେ ଏସକେଏମର ବିଜୟ ହାସଲ

ବ୍ୟୁରୋ:ସିକ୍କିମ ବିଧାନସଭା ନିର୍ବାଚନରେ ଶାସକ ଦଳ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ) ବିଜୟ ହାସଲ କରିଛି। ଫଳରେ ପ୍ରେମ ସିଂ ତମାଙ୍ଗ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଦଳ ରାଜ୍ୟ ବିଧାନସଭାର ମୋଟ ୩୨ ଆସନରୁ ୩୧ ଆସନରେ ବିଜୟ ହାସଲ କରିଛି। ଏଥିସହିତ ଦଳ ଦ୍ୱିତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି।ସିକ୍କିମର ସମସ୍ତ ୩୨ ବିଧାନସଭା ଆସନରେ ଗଣନା ସରିଛି । ଏହା ସହ ସିକ୍କିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ) ପୁଣିଥରେ ରାଜ୍ୟରେ ସରକାର ଗଠନ କରିବାକୁ ଯାଉଛି । ୩୨ଟି ବିଧାନସଭା ଆସନ ମଧ୍ୟରୁ ଏସକେଏମ ୩୧ଟି ଆସନ ହାସଲ କରିଛି । ଅନ୍ୟପଟେ ମାତ୍ର ଗୋଟିଏ ଆସନ ଜସୀମିତ ରହିଛି ଏସଡିଏଫ
ସିକିମରେ ରାଜ୍ୟରେ ସବୁଠାରୁ ବଡ଼ ପାର୍ଟି ଲଗାତର ୨୪ ବର୍ଷ ଯାଏ ଶାସନ କ୍ଷମତାରେ ରହିଥିବା ସିକିମ ଡେମୋକ୍ରାଟିକ୍ ଫ୍ରଣ୍ଟ ହାତରୁ କ୍ଷମତା ଛଡ଼ାଇ ଆଣିଛନ୍ତିନି ପ୍ରେମ ସିଂ। ୧୯୬୮ ଫେବୃୟାରୀ ୫ରେ ପ୍ରେମ ସିଂଙ୍କ ଜନ୍ମ। ଦାର୍ଜିଲିଂର ଏକ କଲେଜରୁ ସ୍ନାତକ ପଢିଛନ୍ତି । ପରେ ସରକାରୀ ସ୍କୁଲରେ ଶିକ୍ଷକତା କରିଥିଲେ। କିନ୍ତୁ ଚାକିରୀରେ ବେଶୀ ଦିନ ରହିଲେ ନାହିଁ। ୩ ବର୍ଷ ଚାକିରି କରିବା ପରେ ସେ ସମାଜସେବା ଲାଗି ମନ ବଳାଇଥିଲେ। ପରେ ସେ ସିକିମ ଡେମୋକ୍ରାଟିକ୍ ଫ୍ରଣ୍ଟ(ଏସ୍ଡିଏଫ୍)ରେ ସାମିଲ ହୋଇଯାଇଥିଲେ। ଏଠାରୁ ତାଙ୍କର ରାଜନୈତିକ କ୍ୟାରିୟର ଆରମ୍ଭ ହୋଇଥିଲା। ୧୯୯୪ରୁ ସେ ଲଗାତର ୫ ଥର ସିକିମ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୯ ଯାଏ ସେ ଏସ୍ଡିଏଫ୍ ସରକାରରେ କ୍ୟାବିନେଟ ମନ୍ତ୍ରୀ ଭାବେ କାମ କରିଥିଲେ।
ପରେ ରାଜନୈତିକ ମତଭେଦ ଯୋଗୁ ଏସ୍ଡିଏଫ୍ରୁ ଦୁରେଇ ଗଲେ। ନିଜେ ଏକ ଦଳ ଗଠନ କଲେ। ଫେବୃଆରୀ ୨୦୧୩ରେ ସିକ୍କିମ କ୍ରାନ୍ତିକାରୀ ମୋର୍ଚା (ଏସକେଏମ) ଗଠନ କରାଯାଇଥିଲା | ଭାରତୀ ଶର୍ମା ପ୍ରଥମ ସଭାପତି ଭାବରେ ନିର୍ବାଚିତ ହୋଇଥିଲେ। ଏସକେଏମ ଗଠନରେ ପ୍ରେମ ସିଂ ତମାଙ୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରେମ ସିଂ ତମାଙ୍ଗ ପୂର୍ବରୁ ସିକ୍କିମ ଡେମୋକ୍ରାଟିକ୍ ଫ୍ରଣ୍ଟ (ଏସଡିଏଫ) ରେ ଥିଲେ।